Below header

ମୂଷା ମାରିବା ପରେ ପୋଲିସ ଭୟ ଏତେ ଘାରିଲା, ଯୁବକ କୋର୍ଟରେ କଲେ ସରେଣ୍ଡର

ନୂଆଦିଲ୍ଲୀ : ମୂଷା ମାରି ଜଣେ ଯୁବକ କୋର୍ଟରେ ସରେଣ୍ଡର କରିଛନ୍ତି । କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ । ଗତ ସପ୍ତାହରେ ଜଣେ ଯୁବକ ମୂଷା ସହ କ୍ରୁରତା କରି କୋର୍ଟରେ ହାଜର ହୋଇଛନ୍ତି । ଅବଶ୍ୟ ଏଥିପାଇଁ ତାଙ୍କୁ ଜାମିନ ମିଳିଛି ।

ଯୁବକ ଜଣଙ୍କୁ ଆଇନର ଏତେ ଭୟ ଯେ ସେ ପୋଲିସ ଭୟରେ ନିଜେ ଯାଇ କୋର୍ଟରେ ସରେଣ୍ଡର କରିଥିଲେ । ଶୁକ୍ରବାର ତାଙ୍କୁ ୪ ଘଣ୍ଟା ପାଇଁ ହାଜତରେ ରଖିବାପରେ ଜାମିନ ମିଳିଥିଲା । ଘରେ ପହଞ୍ଚିବା ପରେ ଜେଲ ଯିବାକୁ ଡର ଲାଗିଥିଲା ବୋଲି କହିଥିଲେ ଯୁବକ ।

ନାଳରେ ବୁଡାଇ ମାରିଥିଲା ମୂଷାକୁ

ପନବଡିଆରେ ବାସ କରୁଥିବା ମନୋଜ କୁମାର ନାମରେ (୨୫ ବର୍ଷ) ଜଣେ କୁମ୍ଭାର ଗୋଟିଏ ମୂଷାକୁ ରଶିରେ ବାନ୍ଧିକରି ଏକ ନାଳରେ ବୁଡ଼ାଇ ବୁଡ଼ାଇ ମାରିଥିଲା । ଏହାକୁ ବାଟରେ ଯାଉଥିବା ଜଣେ ପଶୁପ୍ରେମୀ ଦେଖି ତାଙ୍କୁ ବାରଣ କରିଥିଲେ । ହେଲେ ସେ ତାଙ୍କ କଥା ଶୁଣି ନଥିଲେ । ତାଙ୍କ ସହ ଯୁକ୍ତି କରିଥିଲେ । ପରେ ଉକ୍ତ ବ୍ୟକ୍ତି ପଶୁ କ୍ରୁରତା ଅଭିଯୋଗରେ ଥାନାରେ ଏକ ଏତଲା ଦେଇଥିଲେ । ହେଲେ ପୋଲିସ ନା ଏଥିରେ ମୁଣ୍ଡ ଖେଳାଇ ଥିଲା ନା ମନୋଜଙ୍କୁ ଡକାଇ ପଠାଇଥିଲଶ ।

ହେଲେ ପଡୋଶୀରେ ଥିବା ଲୋକେ ଏଥିରେ ମନୋଜକୁ ଡରାଇ ଥିଲେ । ଫଳରେ ସେ ପୋଲିସ ଭୟରେ ନିଜ ଆଡୁ ଯାଇ କୋର୍ଟରେ ସରେଣ୍ଡର କରିଥିଲେ । ପଶୁ ଚିକିତ୍ସାବିତଙ୍କ ଦ୍ୱାରା ମୂଷାର ପୋଷ୍ଟମର୍ଟମ କରାଯାଇଥିଲା । ମୂଷାଟି ପାଣିରେ ବୁଡି ମରିବାର ରିପୋର୍ଟ ଆସିବା ପରେ ମନୋଜକୁ ୪ ଘଣ୍ଟା ପାଇଁ ହାଜତରେ ରଖି ଜମାନତରେ ଛାଡିଥିଲେ କୋର୍ଟ ।

ମଜା କଥା ହେଉଛି ପୋଲିସକୁ ମନୋଜଙ୍କ ଏତେ ଭୟ ଥିଲା ଯେ ସେ ବିଳମ୍ବ ନକରି ନିଜ ଆଡୁ କୋର୍ଟରେ ସରେଣ୍ଡର କରିଥିଲେ । ହେଲେ ଆଜିଯାଏ ନା ପୋଲିସ ମନୋଜକୁ ଡାକିଛି ନା ପୋଲିସ ତରଫରୁ କିଛି ତଦନ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.