ତୁରେକେଲା ଜଙ୍ଗଲ ଭିତରୁ ମହିଳାଙ୍କ ଦରପୋଡା ମୃତ ଦେହ ଉଦ୍ଧାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ତୁରେକେଲା ପୁଲିସ

କଂଟାବାଞ୍ଜି(କେନ୍ୟୁଜ୍): ତୁରେକେଲା ଜଙ୍ଗଲ ଭିତରୁ ମହିଳାଙ୍କ ଦରପୋଡା ମୃତ ଦେହ ଉଦ୍ଧାର ଘଟଣା । ମୁଖ୍ୟ ଅଭିଯୁକ୍ତ ସଚିନ ଅଗ୍ରଓ୍ୱାଲ ଓ ହତ୍ୟାରେ ବ୍ୟବହାର ହୋଇଥିବା ପିସ୍ତଲ ରଖିଥିବା ସୁରଜ ଅଗ୍ରଓ୍ୱାଲ ଗିରଫ । ଦୁଇ ଜଣଙ୍କୁ ଗିରଫ କଲା ତୁରେକେଲା ପୁଲିସ ।
ରାୟପୁରରୁ କାର ଯୋଗେ ଝିଅକୁ ସଚିନ ଆଣିଥିଲା। ବଙ୍ଗୋମୁଣ୍ଡା ନିକଟରେ ପ୍ରଥମେ ପିସ୍ତଲରେ ଗୁଳି ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ତୁରେକେଲା ଜଙ୍ଗଲ ଭିତରେ ଜାଳି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ । ଗୋଟିଏ ପିସ୍ତଲ ଓ ୬ ଟି ଜୀବନ୍ତ ଗୁଳି ଜବତ ହୋଇଛି। ତ୍ରୀକୋଣିୟ ପ୍ରେମ ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।