ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ପୁଞ୍ଜି ବର୍ଷା, ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ

କେନ୍ୟୁଜ୍(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଆଜି ବି ପୁଞ୍ଜିର ବର୍ଷା । ଏପର୍ଯ୍ୟନ୍ତ ୩୨୫ଟି ଶିଳ୍ପ ସଂସ୍ଥା ନିକଟରୁ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି। ଏଥିରେ ୭ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ୧୮୦ ସଂସ୍ଥା ତରଫରୁ ୧ ଲକ୍ଷ ୭୦ ହଜାର କୋଟିର ପୁଞ୍ଜନିବେଶ ପ୍ରସ୍ତାବ ଆସିଛି। ଆଜି ନିଯୁକ୍ତି ଭତ୍ତିକ ଶିଳ୍ପ ଉପରେ ନିବେଶକାରୀ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି ।

ମାଇନ୍‌ସ ଓ ମେଟାଲରେ ୪୬, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୪୩, ଆଇଟିରେ ୨୪, ଶକ୍ତି ଓ ଅକ୍ଷୟ ଶକ୍ତିରେ ୨୨, କେମିକାଲ୍‌ ଓ ପ୍ଲାଷ୍ଟିକରେ ୧୭, ଏଗ୍ରି ବିଜନେସ୍‌ରେ ୧୪, ବୟନ ଓ ପୋଷାକ ଶିଳ୍ପରେ ୯ ଟି ଶିଳ୍ପ ସଂସ୍ଥା ନିବେଶ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ମେକ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.