୨୦୨୩ ରୁ ଏହି ୩ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ, ଭାଗ୍ୟୋଦୟ ହେବାର ପ୍ରବଳ ଯୋଗ ରହିଛି

ନୂଆବର୍ଷ ୨୦୨୩ ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଏହି ନୂଆବର୍ଷରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଶନିଦେବ ୧୭ ଜାନୁଆରୀ ୨୦୨୩ ରୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ୧୭ ଜାନୁଆରୀ ୨୦୨୩ ରେ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଶନିଦେବ ପ୍ରାୟ ଅଢ଼େଇ ବର୍ଷ ପରେ ମକର ରାଶିରୁ ସ୍ୱରାଶି କୁମ୍ଭକୁ ଚଳନ କରୁଛନ୍ତି । ଏହାଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କ ସମୟ ଖୁବ ଭଲ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଶନିଦେବଙ୍କ ଏହି ଗୋଚର କେଉଁ ରାଶିଙ୍କ ପାଇଁ ଆଣୁଛି ଭଲ ସମୟ ।

ମିଥୁନ ରାଶି : ଶନିଦେବ କୁମ୍ଭ ରାଶିରେ ପ୍ରବେଶ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ନେଇ ଆସୁଛି । ବେପାରରେ ଲାଭର ପ୍ରବଳ ସମ୍ଭାବନା ରହିଛି । କାରବାର ପ୍ରସାରିତ ହେବ । ପାର୍ଟନରସିପ ବେପାରରେ ଲାଭ ମିଳିବ । ପରିବାର ଲୋକଙ୍କ ପୁରା ସହଯୋଗ ମିଳିବ ।

ବିଚ୍ଛା ରାଶି : ଏହି ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଦେବ ଗୋଚର କାଳରେ ୪ର୍ଥ ଭାବରେ ବିରାଜମାନ ରହିବେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ପୁରା ବର୍ଷ କୃପା ରହିବ । ଅଚାନକ ଧନ ଲାଭ ହୋଇପାରେ । ପୈତୃକ ସମ୍ପତ୍ତିରେ ମଧ୍ୟ ଲାଭ ହେବାର ପ୍ରବଳ ସମ୍ଭାବନା ରହିଛି । ସେହିପରି ଚାକିରିଆଙ୍କ ପାଇଁ ଲାଭପ୍ରଦ ହେବ । ଚାକିରିରେ ଭଲ ଓ ନୂଆ ମଉକା ମିଳିବ । ପ୍ରମୋଶନ ଓ ଦରମା ବୃଦ୍ଧିର ଲାଭ ମିଳିବ । ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ଜାରି ରହିବ ।

ମକର ରାଶି : ଏହି ରାଶିର ବ୍ୟକ୍ତିଙ୍କ ସାମାଜିକ ଛବି ଭଲ ରହିବ । ମାନ ସମ୍ମାନ ଓ ପଦ ପ୍ରତିଷ୍ଠା ବଢ଼ିବ । ପ୍ରତିଯୋଗୀତାରେ ଭଲ ଫଳ ମିଳିବ । ନିବେଶ କରିବା ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.