ଚାଣକ୍ୟ ନୀତି : ଯେଉଁ ସ୍ତ୍ରୀ ବା ପୁରୁଷ ଶରୀରର ଏହି ଅଂଗ ଉପରେ ଯଦି କାବୁ ପାଆନ୍ତି, ସବୁ କ୍ଷେତ୍ରରେ ତାଙ୍କର ବିଜୟ ନିଶ୍ଚିତ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କହିଛନ୍ତି, ଜଣେ ପୁରୁଷ ହୁଅନ୍ତୁ ବା ନାରୀ ଯଦି ଏହି ଅଂଗକୁ କାବୁ କରି ଦିଅନ୍ତି,ତେବେ ତାଙ୍କର ସବୁ କ୍ଷେତ୍ରରେ ବିଜୟ ନିଶ୍ଚିତ ହୋଇଥାଏ । ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ସମସ୍ତେ ସଫଳତା ଚାହିଁଥାନ୍ତି । ଏଥିପାଇଁ ପରିଶ୍ରମ ସହ ଭାଗ୍ୟର ମଧ୍ୟ ଆବଶ୍ୟକତା ଥାଏ । ହେଲେ ଏହାସହ ଶରୀରର ଯଦି ଏହି ଅଂଗ ଉପରେ ସ୍ତ୍ରୀ ବା ପୁରୁଷ କାବୁ କରି ଦିଅନ୍ତି, ତେବେ ତାଙ୍କୁ କେହି ରୋକି ପାରନ୍ତି ନାହିଁ ।

କୌଣସି ପୁରୁଷ ବା ସ୍ତ୍ରୀଙ୍କ ପାଇଁ ସଫଳତାର ମନ୍ତ୍ର ହେଉଛି ତାଙ୍କର ବାଣୀ ବା କଥା ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ତେଣୁ କହିବା ପୂର୍ବରୁ ୧୦୦ ଥର ଚିନ୍ତା କରିବା ଉଚିତ୍‌ । କାରଣ କୁହାଯାଇଥିବା କଥା ଆଉ ଫେରାଇ ହୁଏନି । ଶବ୍ଦର ମାଡ ଖଣ୍ଡାର ମାଡ ଠାରୁ ବି ଭୟଙ୍କର ହୋଇଥାଏ ।

ଚାଣକ୍ୟଙ୍କ ମତରେ, ଜଣେ ଆର୍ଥିକ ସମ୍ପନ୍ନ ବ୍ୟକ୍ତି, ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ଯଦି ତାଙ୍କର କଥାରେ ମଧୁରତା ନାହିଁ ତେବେ ସେ ଦୁନିଆର ସବୁଠୁ ବଡ଼ ଗରୀବ ବ୍ୟକ୍ତି । ସେହିପରି ଯଦି ଜଣେ ଗରୀବ ଲୋକର ବାଣୀ ବା କଥା ମଧୁର ହୋଇଥାଏ,ତେବେ ସେ ଗରୀବ ହେଲେ ବି ପୂଜନୀୟ ହୋଇଥାନ୍ତି ।

ଚାଣକ୍ୟ କହିଛନ୍ତି, ସ୍ତ୍ରୀ ହୁଅନ୍ତୁ ବା ପୁରୁଷ କହିବାରେ ଅଳ୍ପ କଂଜୁସ ହେବା କଥା । କାରଣ ଯେତିକି ଜରୁରୀ ସେତିକି କହିବା କଥା । ଅଯଥା କଥା କହିବା ଦ୍ୱାରା ଲୋକେ ଜ୍ଞାନୀ ବଦଳରେ ମୂର୍ଖ ବୋଲି ଭାବିଥାନ୍ତି ।

ଚାଣକ୍ୟଙ୍କ ମତରେ ଜଣେ ବୁଦ୍ଧିମାନ ବ୍ୟକ୍ତି, ସେ ସ୍ତ୍ରୀ-ପୁରୁଷ ହୁଅନ୍ତୁ ନା କାହିଁକି, କହିବା ପୂର୍ବରୁ ଯିଏ ଭାବନ୍ତି । ସେ ଘର ହେଉ ବା ଅଫିସ ବା ଅନ୍ୟ କେଉଁଠି ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ସେମାନଙ୍କର ଛବି କାହା ପାଖରେ ଖରାପ ହୁଏନାହିଁ । ଶରୀରର ଏହି ଅଂଗ ଅର୍ଥାତ ଜିଭ ଉପରେ ଯଦି କାବୁ କରିଦିଆଯାଏ, ସେ ପୁରୁଷ ହୁଅନ୍ତୁ ବା ନାରୀ ସବୁଠି ସଫଳତା ପାଇଥାନ୍ତି । ତାଙ୍କୁ କେହି ବିଜୟ ପଥରୁ ରୋକି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.