Below header

ଦୈନିକ ରାଶିଫଳ: ଜାଣନ୍ତୁ କିପରି ବିତିବ ଆପଣଙ୍କ ଆଜିର ଦିନ

ମେଷ : ଆୟରେ ଉନ୍ନତି ହେବ । କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀଙ୍କ ଉପରେ ବିଶ୍ୱାସ କରି ଦିନ ଆରମ୍ଭ କରନ୍ତୁ । ସୁଫଳ ପାଇବ । ପରିବାର ସହିତ ଭଲ ସଂପର୍କ ରହିବ । ପରିବାରକୁ ସମୟ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରମାନେ ନିଜ କ୍ଷେତ୍ରରେ ଭଲ ଫଳାଫଳ ପାଇବେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ : ଅର୍ଥ ଅବସ୍ଥାରେ ଉନ୍ନତି ହେବ । ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ । ଅନଲାଇନ୍ ବ୍ୟବସାୟ କରୁଥିବା ବ୍ୟବସାୟୀ ଆୟ ଭଲ ରହିବ, ଦିନଟି ଭଲ ରହିବ । ବାହାରକୁ ଯିବାକୁ ବିଚାର କରିପାରନ୍ତି । ଛାତ୍ରମାନେ ଅଧ୍ୟୟନରେ ବ୍ୟସ୍ତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ : ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ପ୍ରତିଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆଜି ଘରେ ପୂଜା ପାଠ ଓ ବିଭିନ୍ନ ଶୁଭ କାର୍ଯ୍ୟ ହେବ । ଛାତ୍ରମାନେ ମିଶ୍ରିତ ଫଳାଫଳ ପାଇବେ । ପରିବାର ସହିତ ସମ୍ପର୍କ ମଧୁର ହେବ । ରାଜନୀତି ସହିତ ଜଡିତ ଲୋକଙ୍କୁ କୌଣସି ସାମାଜିକ ପ୍ଲାଟଫର୍ମରେ ସମ୍ମାନିତ କରାଯାଇପାରିବ ।

କର୍କଟ : ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ । ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ । ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଦେଖା ଦେଇ ପାରେ ।

ସିଂହ : ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନ ପରିବେଶକୁ ଦୃଷ୍ଟିରେ ରଖି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ମହିଳା ମାନେ ନୂତନ ଜିନିଷ କିଣିବାରେ ମନ ନିବେଶ କରିପାରନ୍ତି ।

କନ୍ୟା : ଦିନ ସାରା ବ୍ୟସ୍ତ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ । କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଜର ଜୀବନ ଓ ସ୍ବସ୍ଥ୍ୟର ସମ୍ମାନ କରନ୍ତୁ । ହଠାତ ନୂତନ ସୂତ୍ରରୁ ଧନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦେବ । ଉଚିତ ସମୟ ଆସିଲେ ଆପଣଙ୍କ ସହଯୋଗ କୌଣସି ବଡ଼ ବିପଦରୁ ରକ୍ଷା କରି ପାରିବ ।

ତୁଳା : ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ କାମରେ ଲଗାନ୍ତୁ । ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମାଦ୍ୟରେ ମତଭେଦ ହୋଇପାରେ । ଆପଣ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସଭିଙ୍କୁ ସ୍ପଷ୍ଟବାଦୀ ବେବାପାଇଁ ଉପଦେଶ ଦେବା ଉଚିତ । ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ । ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି ।

ବିଛା : ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ । କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ । ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ ।

ଧନୁ : ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ।ମସ୍ତିସ୍କ ଜୀବନର ଦ୍ୱାର ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ। ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ ।

ମକର : ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ । ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ । ଆପଣଙ୍କୁ ନିଜ ଆଡୁ ସବୁଠୁ ଭଲ ବ୍ୟବହାର କରିବା ଦରକାର,ନଚେତ ଆପଣଙ୍କ ପ୍ରିୟାର ମନ ବହୁତ ଅନିଶ୍ଚିତ ରହିବ । ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ।

କୁମ୍ଭ : ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ । ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ।

ମୀନ : ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି । ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ନିଜର ଜୀବନସାଥୀ ସହିତ ଜୀବନର ସବୁଠୁ ଉତ୍ତମ ଦିନ କାଟି ପାରିବେ । ପରିବାର ସହିତ ଭଲ ସଂପର୍କ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.