ଘଣ୍ଟାକ ପାଇଁ ଅନ୍ଧାରରେ ସାରା ଦୁନିଆ, ବିଶ୍ୱ ପାଳିଲା ଆର୍ଥ ଆୱାର

ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ବନ୍ଦ ରହିବ ଲାଇଟ୍‌ସ। ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି ।

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱ ପାଳିଲା ଆର୍ଥ ଆୱାର। ଘଣ୍ଟାକ ପାଇଁ ଅନ୍ଧାରରେ ସାରା ଦୁନିଆ। ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ବନ୍ଦ ରହିବ ଲାଇଟ୍‌ସ। ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ । ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି। କୋଲକତାର ହଓ୍ଵାରା ବ୍ରିଜ୍‌, ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ, ଅକ୍ଷରଧାମ ମନ୍ଦିର, ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଲାଇଟକୁ ବନ୍ଦ ରଖାଯାଇଥିଲା। ଭୁବନେଶ୍ୱରରେ ଅଧିକାଂଶ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ବିଜୁଳି ବନ୍ଦ ରହିଥିଲା। ନବୀନ ନିବାସରେ ମଧ୍ୟ ଆର୍ଥ ଆୱାର ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନେକ ଲୋକ ଘରେ ଲାଇଟ୍‌ ବନ୍ଦ କରି କ୍ୟାଣ୍ଡେଲ ଜାଳି ଏହି ଦିବସ ପାଳନ କରୁଛନ୍ତି ।…