୨୭ ବର୍ଷ ପରେ ପୁଣି ପ୍ରଶଂସା ସାଉଁଟିଲା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ‘ଶୂନ୍ୟ ସ୍ୱରୂପ’

ବିଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଚଳଚିତ୍ର ଶୂନ୍ୟ ସ୍ୱରୂପ କୋଲକତାର ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟରେ ଚାଲିଥିବା ବେଙ୍ଗଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ପ୍ରଦର୍ଶିତ ହୋଇଛି। ଯାହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଦର୍ଶକ

କେନ୍ୟୁଜ୍(ବ୍ୟୁରୋ): ପୁଣି ଥରେ ଦୀର୍ଘ ସତେଇସି ବର୍ଷ ପରେ ପ୍ରଶଂସା ସାଉଁଟିଲା ଜାତୀୟ ପୁରସ୍କାର ପ୍ରାପ୍ତ ବିଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଚଳଚିତ୍ର ଶୂନ୍ୟ ସ୍ୱରୂପ । କୋଲକତାର ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟରେ ଚାଲିଥିବା ବେଙ୍ଗଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ପ୍ରଦର୍ଶିତ ହୋଇଛି ଶୂନ୍ୟ ସ୍ୱରୂପ ।

୧୯୯୭ ମସିହାରେ ଜାତୀୟ ପୁରସ୍କାର ପାଇଥିବା ଏହି ଚଳଚିତ୍ରଟି ଆଜି ଏଠାରେ ପ୍ରଦର୍ଶିତ ହୋଇ ପୁଣିଥରେ ଭୁରି ଭୁରି ପ୍ରଶଂସା ସାଉଁଟିଛି ।ଏହି ଚଳଚିତ୍ର ମହୋତ୍ସବରେ ଉପସ୍ଥିତ ଥିବା ଅନେକ ଚଳଚିତ୍ର ନିର୍ମାତା, ନିର୍ଦେଶକ ଓ ଦର୍ଶକ ଚଳଚିତ୍ରଟିକୁ ଦେଖିବା ସହ ପ୍ରଶଂସା କରିଥିଲେ ।

ଚଳଚିତ୍ରର କାହାଣୀ ଓ ବଳିଷ୍ଠ ନିର୍ଦେଶନା ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।ଏହି ଚଳଚିତ୍ରର ପ୍ରଦର୍ଶନ ପରେ ଏହାର ନିର୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ ଏସ ଆର ଏଫ ଟି ଆଇ ଛାତ୍ରଛାତ୍ରୀ ମାନଙ୍କ ସହ ଚଳଚିତ୍ର ସମ୍ପର୍କରେ ଆଲୋଚନା କରିବା ସହ ନିଜ ଅନୁଭୂତି ବାଣ୍ଟି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.