ଯୌତୁକ ପାଇଁ ବଧୂହତ୍ୟା : ଥାନାରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ପରିବାର

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି।

ଚାନ୍ଦବାଲି (କେନ୍ୟୁଜ): ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି।

ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ରୁକ୍ମଣୀ ନାୟକ ଭାଟପଡା ଭଉଁରୀ ଗ୍ରାମର ଯୁଧିଷ୍ଠର ନାୟକଙ୍କ ପୁଅ ସତ୍ୟବ୍ରତ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଶଶୁର ଘର ଲୋକ ବାରମ୍ବାର ଅଧିକ ଯୈାତୁକ ଆଣିବାକୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ନେଇ ସ୍ୱାମୀ, ସ୍ତ୍ରୀ ଭିତରେ ବାରମ୍ବାର କଳି ଝଗଡା ହେଉଥିଲା ।

ତେବେ ଗତକାଲି ସଂନ୍ଧ୍ୟା ସମୟରେ ଶାଶୁ ଘର ଲୋକ ମାରି ତଳେ ପକାଇଦେଇଥିବା ଅଭିଯୋଗ କରିଛନ୍ତି ମୃତ ରୁକ୍ମଣୀନ୍କର ବାପ ଘର ଲୋକେ । ଅନ୍ୟପଟେ ମୃତ ରୁକ୍ମଣୀର ଭାଈ ପରକିୟା ପ୍ରିତି ଯୋଗୁ ମୋ ଭଉଣୀକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.