ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲିପଡିଛି, ମାସକୁ ଦରମା ୨ ଲକ୍ଷରୁ ଅଧିକ

ଜବାହରଲାଲ ଇନଷ୍ଟିଚ୍ୟୁଟ୍‌ ଅଫ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି । ପିଜି କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୮ ଅଗଷ୍ଟ ରହିଛି ।

ଜବାହରଲାଲ ଇନଷ୍ଟିଚ୍ୟୁଟ୍‌ ଅଫ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ jipmer.edu.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୮ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୩୪

ପ୍ରଫେସର:

ଆସିଷ୍ଟାଣ୍ଟ ପ୍ରଫେସର :

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଅଗଷ୍ଟ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାରୁ ସମ୍ବନ୍ଧୀୟ ପୋଷ୍ଟରେ ଗ୍ରାଜୁଏସନ/ପିଏଚଡି ଡିଗ୍ରୀ କରିଥିବା ଜରୁରୀ । ଏହା ସହି କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ଥିଲେ ଭଲ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାକ ୫୮ ବର୍ଷ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ସିର୍ଟଲିଷ୍ଟ ପ୍ରକ୍ରିୟା/ଲିଖିତ ପରୀକ୍ଷା/ବ୍ୟକ୍ତିଗତ ସାକ୍ଷାତକାର/ଅନଲାଇନ ଭିଡିଓ କନଫରେନ୍ସିଂ ଜରିଆରେ ହେବ ।

ଦରମା : ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ୨, ୨୦,୪୦୦ ଟଙ୍କା ପ୍ରତି ମାସକୁ ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୧୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://cdn.digialm.com/EForms/configuredHtml/827/84785/Registration.html

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.