୨୦୦ଫୁଟ ଉଚ୍ଚରେ ଅଟକିଲା ରୋଲର କୋଷ୍ଟର, ସିଡ଼ିରେ ତଳକୁ ଆସିଲେ ରାଇଡର୍ସ

ରାଇଡ କଲା ବେଳେ ପାଖାପାଖି ୨୦୦ ଫୁଟ ଉଚ୍ଚରେ ହଠାତ ଅଟକି ଯାଇଥିଲା ରୋଲର କୋଷ୍ଟର । ରୋଲର କୋଷ୍ଟର ସାଇଡରେ ଥିବା ସିଡ଼ିରେ ତଳକୁ ଆସିଲେ ରାଇଡର୍ସ । ମାଗ୍ନୁମ୍ XL-200 ନାମକ ଏହି ରୋଲର କୋଷ୍ଟର କୌଣସି ଏକ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା ।

ଆପଣ କେବେ ରୋଲର କୋଷ୍ଟରରେ ରାଇଡ କରିଛନ୍ତି କି ? ରାଇଡର ମଜା ନେଉଥିବା ବେଳେ ଯଦି ହଠାତ ରୋଲର କୋଷ୍ଟର ଆକାଶରେ ହିଁ ଅଟକି ଯାଏ ତେବେ ଆପଣ କଣ କରିବେ । କିପରି ସେଠାରୁ ତଳକୁ ଆସିବେ । ଆପଣ ରାଇଡ ନେଲାବେଳେ ଏପରି କଥା ହୁଏତ ଚିନ୍ତା କରି ନଥିବେ । କିନ୍ତୁ ଏପରି କିଛି ରାଇଡର୍ସଙ୍କ ସହ ଘଟିଛି । ଯେଉଁଥିରେ ଏକ ରୋଲର କୋଷ୍ଟର ହଠାତ ଆକାଶରେ ହିଁ ଅଟକି ଯାଇଥିଲା । ରାଇଡ କଲା ବେଳେ ପାଖାପାଖି ୨୦୦ ଫୁଟ ଉଚ୍ଚରେ ହଠାତ ଅଟକି ଯାଇଥିଲା ରୋଲର କୋଷ୍ଟର । ରୋଲର କୋଷ୍ଟର ସାଇଡରେ ଥିବା ସିଡ଼ିରେ ତଳକୁ ଆସିଲେ ରାଇଡର୍ସ ।

ମାଗ୍ନୁମ୍ XL-200 ନାମକ ଏହି ରୋଲର କୋଷ୍ଟର ନିଜର ଅତ୍ୟଧିକ ଉଚ୍ଚତା ପାଇଁ ବେଶ ଜଣା ଶୁଣା । କିନ୍ତୁ କୌଣସି ଏକ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ହଠାତ ୨୦୦ ଫୁଟ ଉଚ୍ଚରେ ଅଟକି ଯାଇଥିଲା । ଗତ ସୋମବାର ଦିନ ଆମ୍ୟୁଜମେଣ୍ଟ ପାର୍କରେ ଏହା ଅଟକି ଯାଇଥିବାରୁ ଯାତ୍ରୀମାନେ ପାହାଚ ବ୍ୟବହାର କରି ୨୦୦ ଫୁଟ ତଳକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଅଭାବନୀୟ ଘଟଣା ସାଣ୍ଡୁସ୍କିରେ ଥିବା ସିଡାର ପଏଣ୍ଟ ଆମ୍ୟୁଜମେଣ୍ଟ ପାର୍କରେ ହୋଇଥିଲା ।

ଫକ୍ସ ନ୍ୟୁଜ୍ ଅନୁଯାୟୀ, ଯାନ୍ତ୍ରିକ ସମସ୍ୟା ଯୋଗୁଁ ମଝିରେ ଅଟକି ରହିବା ପରେ ରାଇଡର୍ସମାନେ ମାଗ୍ନୁମ୍ XL-200 ରୋଲର କୋଷ୍ଟରରୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ପାର୍କର କମ୍ୟୁନିକେସନ ଡାଇରେକ୍ଟର ଟନି କ୍ଲାର୍କ “ଷ୍ଟାଣ୍ଡାର୍ଡ ରାଇଡ୍ ଷ୍ଟପେଜ୍”କୁ ଦର୍ଶାଇ କହିଛନ୍ତି ଯେ ଏହା ଏକ “ଚେକ୍ ଇଞ୍ଜିନ୍ ଲାଇଟ୍” ପରିସ୍ଥିତି ଯାହା ଦ୍ୱାରା ତୁରନ୍ତ ରାଇଡ ରିଷ୍ଟାର୍ଟ କରିବାକୁ ଦେଇନଥିଲା ।

ରାଇଡର୍ସମାନେ ରୋଲର କୋଷ୍ଟରରୁ ଓହ୍ଲାଇଥିବା ଦେଖି ଜୋସ୍ ଲେଟ୍ କହିଛନ୍ତି ଯେ ସେ ଏଭଳି ଦୃଶ୍ୟ ପୂର୍ବରୁ କେବେ ଦେଖି ନଥିଲେ । X ବା ପୂର୍ବରୁ ଟ୍ୱିଟର ଭାବରେ ଜଣାଥିବା ସୋସିଆଲ ମିଡିଆ ପ୍ଲାଟଫର୍ମରେରେ ସେୟାର ହୋଇଥିବା ପୋଷ୍ଟ ଦେଖି ଅନେକ ୟୁଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର କହିଥିଲେ ଯେ, “ମୁଁ ଜଣେ କୋଷ୍ଟର୍ ଫ୍ରିକ୍। ଆଉ କେବେ ନୁହେଁ।”

ସିଡାର ପଏଣ୍ଟର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଆମେରିକାର ଓହିଓର ମାଗ୍ନୁମ୍ ଏକ୍ସଏଲ୍ -200 ରୋଲର କୋଷ୍ଟର ଗିନିଜ ୱାର୍ଲ୍ଡ ରେକର୍ଡ କରିଛି । ଏହା ଅଧିକ ଉଚ୍ଚ ହୋଇଥିବାରୁ ରେକର୍ଡ କରିଥିବା ସହ ଲୋକପ୍ରିୟତା ମଧ୍ୟ ହାସଲ କରିଛି । ରୋଲର କୋଷ୍ଟର ଉପରେ ରାଇଡ ଘଣ୍ଟା ପ୍ରତି ୭୨ ମାଇଲ ବେଗରେ ଯାଇଥାଏ, ଯାହା ୨ ମିନିଟ ୪୫ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ ।

 

କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଯେ, ସିଡାର ପଏଣ୍ଟର ଆମ୍ୟୁଜମେଣ୍ଟ ପାର୍କ ଚର୍ଚ୍ଚାକୁ ଆସିଛି । ଆସୋସିଏଟେଡ ପ୍ରେସ ଅନୁଯାୟୀ, ଦୁନିଆର ଦ୍ୱତୀୟ ବୃହତ ଟପ ଥ୍ରୀଲ ଡ୍ରାଗଷ୍ଟର ରୋଲର କୋଷ୍ଟରରୁ ଏକ ମେଟାଲ ବ୍ରାକେଟ୍, ମିଚିଗାନର ଜଣେ ମହିଳାଙ୍କ ମୁଣ୍ଡରେ ପଡ଼ିଥିଲା ପରେ ସେ ଗୁରୁତର ଆହତ ହୋଇଥିଲେ । ଅଗଷ୍ଟ ୨୦୨୧ରେ ଏହି ଘଟଣା ଘଟିଥିଲା । ଅନ୍ୟ ଏକ ଘଟଣାରେ ମାଭେରିକ ରୋଲର କୋଷ୍ଟରରେ ସେଲଫୋନ ପଡ଼ିବା ଦ୍ୱାରା ଜଣେ ବ୍ୟକ୍ତି ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.