Below header

ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର, ସିଧା ହସ୍ପିଟାଲରେ ଭର୍ତ୍ତି

ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ସିଧା ଆସି ହସ୍ପିଟାଲ ବେଡ୍ ରେ । ଦର୍ଶକବନ୍ଧୁ ଆଜିକାଲି ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି । ଏବେ ଲୋକମାନେ ନିଜ ପରିବାର ପ୍ରତି ବି ଟିକେ ମୋହ ମାୟା ରଖୁନଥିବା ଦେଖାଯାଉଛି ।

ଭଦ୍ରକ(କେନ୍ୟୁଜ): ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ସିଧା ଆସି ହସ୍ପିଟାଲ ବେଡ୍ ରେ । ଆଜିକାଲି ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି । ଏବେ ଲୋକମାନେ ନିଜ ପରିବାର ପ୍ରତି ବି ଟିକେ ମୋହ ମାୟା ରଖୁନଥିବା ଦେଖାଯାଉଛି ।

କୁହାଯାଏ ମହିଳା ହେଉଛନ୍ତି ଘରର ଲକ୍ଷ୍ମୀ । କାରଣ ଜଣେ ମହିଳା ହିଁ ଘରକୁ ଏଭଳି ସମ୍ଭାଳିଥାଏ ଯାହା ଜଣେ ପୁରୁଷ ବି କରିପାରେନି । ଆଉ ଏବେ ତ ପ୍ରତ୍ୟେକ ଘରେ ଘରେ ମହିଳାମାନେ ସ୍ୱାଧୀନ ଭାବେ ଜୀବନ କାଟୁଛନ୍ତି । ସେମାନେ ବାହରକୁ ଯାଇ ରୋଜଗାର ମଧ୍ୟ କରୁଛନ୍ତି । ହେଲେ ଘରର ଲକ୍ଷ୍ମୀକୁ କିଏ କଣ ଏମିତି ମାଡ଼ ମାରି ଦରମରା କରିପାରେ ?

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଧିନସ୍ଥ ରାଢ଼ଙ୍ଗ ଗ୍ରାମରେ । ଏହି ମହିଳାଙ୍କ ଏଭଳି ଅବସ୍ଥା କୋଉ ବାହାର ଲୋକ ନୁହେଁ ବରଂ ତାଙ୍କ ନିଜ ସ୍ୱାମୀ କରିଛନ୍ତି । ଦେଖାଇଛନ୍ତି ନିଜର ମରଦ ପଣିଆ । ରାଢ଼ଙ୍ଗ ଗ୍ରାମର ମୁକ୍ତିକାନ୍ତ ନାଥ । ଆଜିକୁ ୧୦ ପୂର୍ବେ ବନଯାମିନୀ ସାହୁଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ତାଙ୍କର ୨ଜଣ ପିଲା ଜନ୍ମ ହୋଇଥିଲେ।

କିନ୍ତୁ ଏତେ ପରେ ବି ମୁକ୍ତିକାନ୍ତଙ୍କ ମୁଣ୍ଡରୁ ଉତୁରୁନଥିଲା ଯୌତୁକ ଟଙ୍କା ମାଗିବାର ନିଶା । ବାରମ୍ବାର ସ୍ତ୍ରୀ ବନଯାମିନୀଙ୍କୁ ବାପ ଘରୁ ଟଙ୍କା ଆଣିବାକୁ କହୁଥିଲେ । ଆଉ ଟଙ୍କା ନ ଆଣିବାରୁ ମୁକ୍ତିକାନ୍ତ ବନଯାମିନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବାଥିଲେ । ହେଲେ ଆଜି ପୁଣି କୌଣସି ଏକ କାରଣକୁ ନେଇ ପୁଣି ଭୀଷଣ ମାଡ଼ ମାରିଥିଲେ ବନଯାମିନୀଙ୍କୁ । ଯାହାଫଳରେ ବନଯାମିନୀ ଗୁରୁତର ହୋଇ ପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କ ଦେହରେ ଜୋରରେ ଆଘାତ ଲାଗିଛି । ଏପଟେ ଏହି ଘଟଣାକୁ ନେଇ ମୁକ୍ତିକାନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବନଯାମିନୀଙ୍କ ଅଭିଯୋଗକୁ କେନ୍ଦ୍ର କରି ତିହିଡି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.