ଯାଜପୁର:ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ ବେଳେ ବାଇକରୁ ଖସିପଡ଼ି ମା ଓ ଝିଅ ଗୁରୁତର ଆହତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ମାତିଛନ୍ତି ଲୁଟେରା। ଏଟିଏମ ଲୁଟ ପରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ। ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱର ବ୍ରାହ୍ମଣୀ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ହୋଇଛି । ତେବେ ଦୁର୍ବୁତ୍ତମାନେ ସୁନା ଚେନ ଲୁଟିବାରେ ବିଫଳ ହୋଇଥିବା ବେକେ ବାଇକରୁ ଖସିପଡି ମା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆହତ ହେଲେ କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ଗ୍ରାମର ସଞ୍ଜୟ ରାଉତଙ୍କ ପତ୍ନୀ ରୂପାଲି ରାଉତ ଓ ୩ ବର୍ଷର ଝିଅ ଶୁଭଲଷ୍ମୀ। ଏମାନେ ଏକ ବାଇକ ଯୋଗେ ବଡ଼ଚଣାରୁ କୁଆଖିଆ ଅଭିମୁଖେ ଫେରୁଥିବା ବେଳେ ଗୋକର୍ଣ୍ଣେଶ୍ୱର ବ୍ରିଜ ଉପରେ ଦୁଇ ଜଣ ଦୁର୍ବୁତ୍ତ ରୂପାଲିଙ୍କ ବେକରୁ ସୁନା ଚେନ ଝିଙ୍କି ଥିଲେ ।

ଏହି ସମୟରେ ରୂପାଲି ଓ ତାଙ୍କ ଝିଅ ବାଇକରୁ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ମା ,ଝିଅଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମା ,ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଦୁର୍ବୁତ ମାନେ ସୁନାଚେନ ନେବାରେ ବିଫଳ ହେବାପରେ ରୂପାଲିଙ୍କ ହାତରୁ ସୁନାଚୁଡି ଲୁଟି ନେଇଥିବା ସୂଚନା ମିଳିଛି । ଖବର ପାଇ ଧର୍ମଶାଳା ପୁଲିସ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.