Below header

ଫେଙ୍ଗସୁଇ ଟିପ୍ସ : ଚାଇନା କଏନ୍‌ ଘରେ ଆଣିଥାଏ ସୁଖ -ସମୃଦ୍ଧି ,ଜାଣନ୍ତୁ ଏହାକୁ ଲଗାଇବାର ଠିକ ଉପାୟ

ଫେଙ୍ଗସୁଇରେ ୩ ଟି ଚାଇନା କଏନ୍‌ (ସିକ୍କା) ବହୁତ ଲୋକପ୍ରିୟ ଅଟେ । ଏହି କଏନ୍‌କୁ ଭାଗ୍ୟଶାଳି ଏବଂ ଧନର ସ୍ରୋତ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଏହାକୁ ରଖିବା ଦ୍ୱାରା କି କି ଫାଇଦା ହୋଇଥାଏ ଏବଂ ଏହାକୁ କିପରି ରଖିବା ଉଚିତ ।

ଚାଇନା କଏନ୍‌ ରଖିବାର ଲାଭ :

ବାସ୍ତୁ ଶାସ୍ତ୍ର ଭଳି ଚାଇନା ଫେଙ୍ଗସୁଇ ମଧ୍ୟ ଘରେ ସୁଖ -ସମୃଦ୍ଧି ଆଣିବା କାମ କରିଥାଏ । ଏହା ଘରୁ ନକରାତ୍ମକ ଶକ୍ତି ବାହାର କରିବା କାମ କରିଥାଏ । ଫେଙ୍ଗ ସୁଇ ଅନୁସାରେ ଚାଇନାର ୩ ଟି କଏନ୍‌ ସୌଭାଗ୍ୟକୁ ଆକର୍ଷିତ କରିଥାଏ । ଏହି ଫେଙ୍ଗସୁଇ କଏନ୍‌କୁ ଲାଲ ରଙ୍ଗର ରିବନରେ ବନ୍ଧା ଯାଇଥାଏ ।

ଯଦି ଲକ୍ଷେ ଚେଷ୍ଟା କରିବା ସତ୍ୱେ ଲୋକଙ୍କ ଠାରୁ ଆଣିଥିବା କରଜ ସୁଝି ପାରୁ ନାହାନ୍ତି ତେବେ ଲାଲ ସୂତାରେ ୩ ଟି କଏନ୍‌ ବାନ୍ଧି କରି ଝୁଲେଇ ଦିଅନ୍ତୁ । ଏହାଦ୍ୱାରା କରଜରୁ ଶୀଘ୍ର ମୁକ୍ତି ମିଳିଯିବ । ଯଦି ଆପଣଙ୍କର ହେଉଥିବା କାମ ଅଚାନକ ବିଗିଡି ଯାଉଛି ତାହେଲେ ପର୍ସରେ ଫେଙ୍ଗସୁଇର ଛୋଟ ସିକ୍କା ରଖନ୍ତୁ । ଏମିତି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଚାଇନା କଏନ୍‌ ରଖିବାର ନିୟମ :

ଚାଇନା କଏନ୍‌ ଘରେ ଧନ ଏବଂ ସମୃଦ୍ଧି ନେଇକରି ଆସିଥାଏ । ଫେଙ୍ଗ ସୁଇ ଅନୁସାରେ ଚାଇନା କଏନ୍‌ ରଖିବା ପାଇଁ ଘରର ପ୍ରବେଶ ଦ୍ୱାର ହିଁ ଉପଯୁକ୍ତ ସ୍ଥାନ କୁହାଯାଏ । କ୍ୟାରିୟର ର ସଫଳତା ପାଇଁ ଅଫିସରେ ଆପଣଙ୍କ ଡେସ୍କର ଡ୍ର ଭିତରେ ଏହି କଏନ୍‌ ରଖିବା ଲାଭଦାୟକ ହୋଇଥାଏ । ଏହାକୁ ପକେଟରେ ରଖିବା ଦ୍ୱାରା ସୌଭାଗ୍ୟ ବଢ଼ିଥାଏ । ଏହି କଏନ୍‌ କୁ ପେନ୍ଥା କରି ଗଳାରେ ମଧ୍ୟ ପିନ୍ଧା ଯାଇପାରେ । ପ୍ରାମାଣିକ ଏବଂ ପୁରୁଣା ଫେଂଙ୍ଗ ସୁଇ ସିକ୍କା ଅଧିକ ପ୍ରଭାବଶାଳି ବୋଲି କୁହାଯାଏ । ଘରେ ଫେଙ୍ଗସୁଇ କଏନ୍‌ ଝୁଲାଇବା ଦ୍ୱାରା ଘରର ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.