Below header

ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ କର୍ମମାଟି ବ୍ରହ୍ମବରଦାରେ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ): କର୍ମମାଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଉଛ୍ୱର୍ସିତ ସମ୍ବର୍ଦ୍ଧନା। ଯାଜପୁର ଜିଲ୍ଲା ବ୍ରହ୍ମବରଦାଠାରେ ସାଂସଦ ସୁଲତା ଦେଓଙ୍କ ଉଦ୍ଦେଶ୍ୟରେ ଅବିଭକ୍ତ ବ୍ରହ୍ମବରଦା ନାଗରିକ ମଂଚ ପକ୍ଷରୁ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମହେଶ୍ୱରପୁରସ୍ଥିତ ବ୍ରାହ୍ମଣୀ ନଦୀ ସେତୁଠାରୁ ବ୍ରହ୍ମବରଦା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଶ୍ରୀମତୀ ଦେଓଙ୍କୁ ମଂଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ଦେଓ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ବ୍ରହ୍ମବରଦା ଅଞ୍ଚଳ ଭାଇଚାରାର ମାଟି ।

sularta deo 2

ଅଞ୍ଚଳର ବୋହୂ ହିସାବରେ ସେ ବ୍ରହ୍ମବରଦାରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ବ୍ରହ୍ମବରଦା ଅଞ୍ଚଳବାସୀଙ୍କ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁ ଏହି ସଫଳତା ପାଇଥିବା ବେଳେ ସେମାନଙ୍କ ନିକଟରେ ଚିର ଋଣୀ ବୋଲି ଶ୍ରୀମତୀ ଦେଓ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଶ୍ରୀମତୀ ଦେଓଙ୍କୁ ନାଗରିକ ମଂଚ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ, ସମିତିସଭ୍ୟା ରୁକସାନା ପରୱିନ୍‌, ଗୋକର୍ଣ୍ଣିକା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା, ପୂର୍ବତନ ସରପଂଚ ବିପିନ ବିହାରୀ ଦେଓ, ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ବ୍ରହ୍ମବରଦା ଆଜି ଏଭଳି ଜଣେ ପ୍ରଥମ ମହିଳା ରାଜ୍ୟସଭା ସାଂସଦ ପାଇଁ ଗର୍ବିତ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.