ଭୀଷ୍ମ ପିତାମହଙ୍କ ଏହି କଥା ଭିତରେ ଲୁଚି ରହିଛି ଜୀବନର ସାରାଂଶ, ଯିଏ ଆପଣାଇବ ସେ ହେବେ ସଫଳ

ମହାଭାରତର କଥା ଭୀଷ୍ମ ପିତାମହଙ୍କ ବିନା ଅସମ୍ପୂର୍ଣ୍ଣ । ମହାଭାରତର କଥା ଆସିଲେ ଭୀଷ୍ମ ପିତାମହଙ୍କ କଥା ବହୁ ଆଦରର ସହ ନିଆଯାଇଥାଏ । ଭୀଷ୍ମ ପିତାମହ କୌରବଙ୍କ ପକ୍ଷରେ ଥିଲେ ମଧ୍ୟ ନ୍ୟାୟ ପାଇଁ ସର୍ବଦା ଲଢ଼ୁଥିଲେ । ହେଲେ ଦେଇଥିବା ପ୍ରତିଶ୍ରୁତି କାରଣରୁ ଏକ ବନ୍ଧନରେ ବାନ୍ଧି ହୋଇଥିଲେ । ଫଳରେ ଅନ୍ୟାୟକୁ ସମର୍ଥନ କରୁଥିବା କୌରବଙ୍କ ପକ୍ଷରେ ଥିଲେ ମଧ୍ୟ ପାଣ୍ଡବଙ୍କ ପ୍ରତି ତାଙ୍କର ସ୍ନେହଁ ସର୍ବଦା ରହିଥିଲା ।

ଭୀଷ୍ମ ଯୁଧିଷ୍ଟିରଙ୍କୁ କହିଥିଲେ ଏହି କଥା

ପୌରାଣିକ କଥା ଅନୁସାରେ ଦେହ ତ୍ୟାଗ ପୂର୍ବରୁ ଭୀଷ୍ମ ପିତାମହ ଯୁଧିଷ୍ଟିରଙ୍କୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏମିତି କିଛି କଥା କହିଥିଲେ,ଯାହାକୁ ସମସ୍ତେ ଜାଣିବା ଉଚିତ୍‌ । ଯେଉଁ ବ୍ୟକ୍ତି ଏହି କଥାକୁ ମାନିବେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇବେ । ଯେଉଁ ଲୋକ ଭଲ ବସ, ଲିଡର ଆଦି ହେବାକୁ ଚାହୁଁଛନ୍ତି ଭୀଷ୍ମଙ୍କ ଏହି କଥାକୁ କାମରେ ଲଗାନ୍ତୁ ।

୧. ପ୍ରତାପୀ ହୁଅନ୍ତୁ, ହେଲେ ମହିମା ମଣ୍ଡନ ଓ ଆତ୍ମ ମୁଗ୍ଧତାରୁ ଦୂରରେ ରୁହନ୍ତୁ ।

୨. ସ୍ତ୍ରୀଙ୍କ ସହ ଅଧିକ ସମ୍ପର୍କରୁ ଦୂରରେ ରୁହନ୍ତୁ ।

୩. କାହା ସହ ଖରାପ ବ୍ୟବହାର କରନ୍ତୁ ନାହିଁ, ସର୍ବଦା ସ୍ତ୍ରୀଙ୍କ ଆଦର କରନ୍ତୁ ।

୪. କ୍ରୁରତା, ଅନାବଶ୍ୟକ କର ବିନା ରାଜକୋଷ ବୃଦ୍ଧି କରିବା ଉଚିତ୍‌ ।

୫. ଭାଷଣରେ କିମ୍ବା ସମ୍ବୋଧନରେ ଦାରିଦ୍ର୍ୟ ଭାବ ଦେଖାଇବା ଉଚିତ୍‌ ନୁହେଁ ।

୬. ସୁଖ ଲାଳସାରେ ମର୍ଯ୍ୟାଦା ତ୍ୟାଗ କରିବା ଉଚିତ ନୁହେଁ ।

୭. ରାଜାଙ୍କୁ କେବେ ଦୁଷ୍ଟ ଲୋକଙ୍କ ସାଙ୍ଗ ହେବା ଉଚିତ ନୁହେଁ ।

୮. ସ୍ୱୟଂର ଗୁଣ ସମ୍ପର୍କରେ ବାଖ୍ୟା କରିବା ଉଚିତ ନୁହେଁ ।

୯. ଶତ୍ରୁଙ୍କୁ ବଧ କରିବା ପରେ ଶୋକ କରିବା ଉଚିତ ନୁହେଁ ।

୧୦. କାହାକୁ ଆକ୍ରମଣ କରିବା ପୂର୍ବରୁ ତା’ ସମ୍ପର୍କରେ ସବୁ କଥା ଜାଣିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.