Below header

ଇଞ୍ଜିନିୟର ସ୍ବାମୀକୁ ଅପହରଣ କରିନେଇଛନ୍ତି ମାଓବାଦୀ, ସିନ୍ଦୁରକୁ ସୁରକ୍ଷିତରେ ଫେରାଇ ଆଣିବାପାଇଁ ୩ ବର୍ଷର ଶିଶୁକୁ ଧରି ଜଙ୍ଗଲକୁ ଗଲେ ସ୍ତ୍ରୀ

ମାଲକାନଗିରି(କେନ୍ୟୁଜ୍): ମାଓବାଦୀଙ୍କ କବଜାରେ ସ୍ବାମୀ। ତେଣୁ ତାଙ୍କୁ ଖୋଜିବାକୁ କୋଳରେ ୩ ବର୍ଷର ଶିଶୁ ପୁତ୍ରକୁ ଧରି ଜଙ୍ଗଲକୁ ବାହାରିଛନ୍ତି ସ୍ତ୍ରୀ। ଅନ୍ଧାର ରାତି ଓ ଜୀବଜନ୍ତୁ ଭୟ ନକରି ମାଓବାଦୀମାନଙ୍କ ପାଖରେ ପହଞ୍ଚିବାକୁ ପଣ କରିଛନ୍ତି  ମହିଳା ଜଣଙ୍କ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଜିଲ୍ଲା ବିଜାପୁର ଅଞ୍ଚଳରେ।

ବିଜାପୁର ଜିଲ୍ଲାର ମନକେଲି ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲିଛି । ଏହାକୁ  ବିରୋଧ କରୁଥିଲେ ମାଓବାଦୀମାନେ । କିନ୍ତୁ ମାଓବାଦୀଙ୍କ ଧମକୁ ଖାତିର ନକରି କାମ ଚାଲୁଥିଲା।  ଏହି କାମରେ ନିୟୋଜିତ ଥିଲେ ଇଞ୍ଜିନିୟର ଅଜୟ ରୋଶନ । ରାସ୍ତାକାମ ଚାଲୁଥିବାର ଖବର ପାଇ ହଠାତ ଘଟଣା ସ୍ଥଳରେ ସଶସ୍ତ୍ର ମାଓବାଦୀ ପହଞ୍ଚି ଅଜୟ ରୋଶନ ଓ ତାଙ୍କର ଜଣେ ସହଯୋଗୀ କର୍ମଚାରୀ ଲକ୍ଷ୍ମଣ ପତାଗିରିଙ୍କୁ ଅପହରଣ କରି ନେଇଗଲେ।  ଏହି ଖବର ପାଇବ ପରେ ଧର୍ଯ୍ୟହରା ହୋଇଯାଇଥିଲେ ଅଜୟଙ୍କ ସ୍ତ୍ରୀ । ସ୍ବାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ମନସ୍ତ କରି  ନିଜ କୋମଳମତି ଶିଶୁକୁ ଧରି ଘଞ୍ଚ ଜଙ୍ଗଲରେ ସ୍ବାମୀ ସନ୍ଧାନରେ ବାହାରିଛନ୍ତି  ମହିଳା ଜଣକ ।  ସ୍ୱାମୀ କେଉଁଠି, କେମିତି ଅଛନ୍ତି ତା ବି ଜଣାନାହିଁ । ତଥାପି ସ୍ୱାମୀଙ୍କୁ ଲାଲଗଡରୁ ମୁକୁଳାଇ ଆଣିବା ଆଶାରେ କୁନି ପୁଅକୁ ଧରି ଜଙ୍ଗଲ ଅଭିମୁଖେ ବାହାରିଛନ୍ତି ସ୍ତ୍ରୀ ।

engineer hus

ସୂଚନା  ମିଳୁଛି ଲକ୍ଷ୍ମଣଙ୍କୁ ମାଓବାଦୀ ଛାଡି ଦେଇଛନ୍ତି। ହେଲେ ଇଞ୍ଜିନିୟର ସ୍ବାମୀ ଏବେ ବି ମାଓ କବଜାରେ ଅଛନ୍ତି।  ଦୁଇ ଦିନ ହେଲା ଅଜୟଙ୍କ ସହ ତାଙ୍କ ସହଯୋଗୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ।  ଏବେ ପତ୍ନି ନେହୁରା ହେଉଛନ୍ତି ସ୍ବାମୀଙ୍କୁ ଛାଡ଼ିବା ପାଇଁ । କହିଛନ୍ତି ଯଦି କିଛି ଭୁଲ ହେଇଛି ଦୟାକରି କ୍ଷମା କରିଦିଅ, ମୋ ସ୍ବାମୀଙ୍କୁ ଛାଡ଼ିଦିଅ। ସ୍ବାମୀଙ୍କ ଫୋନ୍ ବନ୍ଦ୍ ଆସୁଥିବାରୁ ଡରି ଡରି ବଞ୍ଚୁଛନ୍ତି ମହିଳା।  ସେ ଅନୁରୋଧ କରି କହିଛନ୍ତି ସ୍ବାମୀଙ୍କୁ ଛାଡ଼ିଦେଲେ ଆମର ଆଉ କେହି ନାହିଁ। ତେବେ ଏଘଟଣାକୁ ନେଇ ଏସପିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.