ହେଲ୍‌ଥ ଟିପ୍ସ : ଗାଜର ଜୁସ ପିଅନ୍ତୁ, ପାଆନ୍ତୁ ଅଦ୍ଭୁତ ଫାଇଦା

ଶୀତ ଦିନେ ଗାଜର ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏହି ସମୟରେ ଦାମ ମଧ୍ୟ କମ ଥାଏ । ଗାଜର ରସ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । ଗାଜରରେ ଭିଟାମିନ ଏ, ସି, ବି ଭଳି ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ଗାଜର ଜୁସ ସବୁଦିନ ପିଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ ଏ ଓ ଫାଇବର ରହିଥାଏ । ଏଥିରେ କାଲୋରୀ ବି ବହୁତ କମ୍‌ ଥାଏ । ତେଣୁ ଶୀତ ଦିନେ ଅନ୍ୟ ଜୁସ ବଦଳରେ ଗାଜର ଜୁସ ପିଅନ୍ତୁ । ଏଥିରୁ ଆପଣଙ୍କୁ ଅନେକ ଫାଇଦା ମିଳିବ । ଆସନ୍ତୁ ଜାଣିବା ଗାଜର ରସର ଫାଇଦା ।

୧. ଇମ୍ୟୁନିଟି ବଢ଼ାଇଥାଏ : ଏକ ଗ୍ଲାସ ଗାଜର ଜୁସ ଆପଣଙ୍କ ଇମ୍ୟୁନିଟି କ୍ଷମତା ବଢ଼ାଇଥାଏ । ଗାଜରରେ ଥିବା ଅନେକ ମିନେରାଲସ ଓ ଭିଟାମିନ ଶରୀରର ରେଡିକଲ୍ସ ଡ୍ୟାମେଜ ସହ ଲଢ଼ିବାରେ ସହାୟକ ହୋଇଥାଏ । ଏହାଛଡ଼ା ଏଥିରେ ଥିବା ପୋଟାସିୟମ ଆପଣଙ୍କ ରକ୍ତ ବାହିକା ଓ ଧମନୀକୁ ସହାୟକ ହୋଇଥାଏ । ଏହା ସୋଡିୟମର ଖରାପ ପ୍ରଭାବକୁ ନଷ୍ଟ କରିଥାଏ । ଏହାଛଡ଼ା ଆଖିର ପାଓ୍ଵାର ମଧ୍ୟ ବଢ଼ାଇଥାଏ ।

୨. ବ୍ଲଡ ସୁଗାର କଣ୍ଟ୍ରୋଲ କରିଥାଏ : ଗାଜରରେ ମାଙ୍ଗାନିଜ, ମାଗ୍ନେସିୟମ ଓ କେରୋଟିନାଏଡ ମିଳିଥାଏ । ଯାହା ବ୍ଲଡ ସୁଗାର କୁ କଣ୍ଟ୍ରୋଲ କରିଥାଏ । ହେଲେ ଡାଏବେଟିସ ରୋଗୀ ଏହାକୁ ଅଧିକ ନ ପିଇବା ଉଚିତ୍‌ ନୁହେଁ ।

୩. କାଶ ଠିକ କରିବାରେ ଲାଭକାରୀ : ଗାଜର ରସରେ ମିଶ୍ରି ଓ କଳା ମରିଚ ମିଶାଇ ପିଇବା ଦ୍ୱାରା କାଶ ଠିକ୍‌ ହୋଇଥାଏ । କଫ ସମସ୍ୟାରେ ଆରାମ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.