କାର୍ ଦାବି କରି ବୋହୁକୁ ମାରିଦେଲେ ଶାଶୁଘର ଲୋକେ, ଘରେ ମୃତଦେହକୁ ଛାଡି ସବୁ ହେଲେ ଫେରାର

କାର୍‌ ପାଇଁ ଝିଅକୁ ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ହତ୍ୟା ପରେ ମୃତଦେହ ଛାଡି ଛୁ ମାରିଲେ ।

ନୟାଗଡ (କେନ୍ୟୁଜ): କାର୍‌ ପାଇଁ ବଧୂହତ୍ୟା ଅଭିଯୋଗ । ନୟାଗଡ ଶରଣକୂଳ ଥାନା କଜଳାଇପଲ୍ଲୀ ଗାଁରୁ ଅଭିଯୋଗ ହୋଇଛି। କାର୍‌ ପାଇଁ ଝିଅକୁ ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ହତ୍ୟା ପରେ ମୃତଦେହ ଛାଡି ଛୁ ମାରିଲେ । ଅଭିଯୋଗ ଅନୁଯାୟୀ, କଜଳାଇପଲ୍ଲୀ ଗାଁର ତପନ କୁମାର ପ୍ରଧାନଙ୍କ ସହ ଜିଗିନୀପଡ଼ାର ମୋନାଲିସା ସ୍ୱାଇଁଙ୍କ ବିବାହ ହୋଇଥିଲା। ବାହାଘର ସମୟରେ ଦାବି ମୁତାବକ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ଆସବାବପତ୍ର ଦିଆଯାଇଥିଲା। ହେଲେ ଶାଶୁଘର ଲୋକଙ୍କ ପକ୍ଷରୁ କାର୍‌ ଦାବି କରାଯାଇଥିଲା। ଏଥିପାଇଁ ବିଭିନ୍ନ ସମୟରେ ଝଗଡା ମଧ୍ୟ ହେଉଥିଲା । ଆଜି ଝିଅକୁ ଶାଶୁଘର ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି। ବାପଘର ଲୋକ ପହଁଚିବା ବେଳକୁ ଶାଶୁଘର ଲୋକ ଫେରାର ହୋଇ ଯାଇଥିଲେ। ମୋନାଲିସାଙ୍କର ବର୍ଷକର ପୁଅଟିଏ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.