Below header

ମାଓବାଦୀଙ୍କୁ ପତ୍ନୀଙ୍କ କୋହଭରା ନିବେଦନ : ମୋ ସ୍ୱାମୀକୁ ଛାଡ଼ିଦିଅ, ତିନିଟି ପିଲା ମୋର ଚଳିବେ କେମିତି

ମାଲକାନଗିରି: ବିଜାପୁରରେ ମାଓବାଦୀ ଯବାନଙ୍କୁ ଅପହରଣ ଘଟଣା ତିନି ଦିନ ବିତିଲାଣି, ହେଲେ ଟେର ପାଉନି ପୋଲିସ। ଏପଟେ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଗଣ୍ଡୱାନା ସମାଜ। ତେବେ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଗୁହାରୀ କରିଛନ୍ତି ଏଏସଆଇଙ୍କ ପତ୍ନୀ । ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କର ଦୀର୍ଘଦିନ ହେଲା ମାନସିକ ସ୍ଥିତି ଠିକ ନାହିଁ । ତିନୋଟି କୁନି କୁନି ଛୁଆ କେମିତି ବଞ୍ଚିବେ । ସ୍ଵାମୀଙ୍କୁ ମୁକ୍ତ କରିବାକୁ ମାଓବାଦୀଙ୍କୁ ହାତ ଯୋଡି ସେ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଗତ ୨୧ ତାରିଖରେ ଜଣେ ଯବାନଙ୍କୁ ଅପହରଣ କରିଥିଲେ ମାଓବାଦୀ। ଯବାନ ଜଣକ ଛୁଟିରେ ଘରକୁ ଯାଇଥିବା ବେଳେ ଗାଁ ନିକଟରେ ମେଳା ଦେଖିବାକୁ ଯାଉଥିବା ସମୟରେ ମାଓବାଦୀ ଯବାନଙ୍କୁ ଅପହରଣ କରିନେଇଥିଲେ।

ଯବାନ ଜଣକ ହେଉଛନ୍ତି ମୁରଲୀ ତାତି। ତାଙ୍କ ଘର ବିଜାପୁରର ପାଲନାର । ସେ ପୋଲିସ ଏଏସଆଇ ଭାବେ ଜଗଦଲପୁର ଠାରେ କାର୍ଯ୍ୟରତ ଥିଲେ । ଗତ କିଛିଦିନ ହେବ ଘରକୁ ଛୁଟିରେ ଫେରିଥିଲେ। ତେବେ ୨୧ତାରିଖ ୪ ଟା ସମୟରେ ପାଲନାର ଠାରୁ ମାଓବାଦୀ ଅପହରଣ କରିନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.