ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ରିପୋର୍ଟ: ବ୍ରିଟିଶ ସାମ୍ରାଜ୍ୟରେ ଶହିଦ ଭାରତୀୟ ସୈନିକଙ୍କ ପ୍ରତି ହୋଇଥିଲା ବର୍ଣ୍ଣବିଦ୍ୱେଷ, ଶ୍ରଦ୍ଧାଞ୍ଜଳି ସୁଦ୍ଧା ଦିଆଯାଇ ନ ଥିଲା

ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଶହିଦ ହୋଇଥିବା ହଜାର ହଜାର ଭାରତୀୟ ଏବଂ ଅନ୍ୟ କଳା ସୈନିକମାନଙ୍କୁ ଗୋରା ସୈନିକଙ୍କ ଭଳି ସମ୍ମାନ ଦିଆଯାଇ ନ ଥିଲା। Commonwealth War Grave Commission ଏ ସମ୍ବନ୍ଧରେ ରିପୋର୍ଟ ଦେବା ପରେ ବ୍ରିଟେନ ବର୍ଣ୍ଣବିଦ୍ୱେଷ ପାଇଁ କ୍ଷମା ମାଗିଛି। କମିଶନଙ୍କ ଯାଞ୍ଚ ରିପୋର୍ଟ ଗୁରୁବାର ଜାରି କରାଯାଇଛି।

ପ୍ରଥମ ବିଶ୍ୱଯୁଦ୍ଧ ଉପରେ Commonwealth War Grave Commissionଙ୍କ ରିପୋର୍ଟ

ରିପୋର୍ଟରେ କୁହାଯାଇଛି, ପ୍ରଥମ ବିଶ୍ୱଯୁଦ୍ଧରେ ପାଖାପାଖି ୪୫ରୁ ୫୦ ହଜାର କଳା ସୈନିକ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଶହିଦ ହୋଇଥିଲେ। ଏଥିରେ ଭାରତୀୟ, ଆଫ୍ରିକୀୟ, ଇଜିପ୍ଟିଆନ୍‌(ମିଶର) ଏବଂ ସୋମାଲିର ସୈନିକ ସାମିଲ ଥିଲେ। ଏହି ସୈନିକମାନଙ୍କୁ ସେହିଭଳି ଭାବେ ସମ୍ମାନ ଦିଆଯାଇ ନ ଥିଲା, ଯେଭଳି ଶହିଦ ଗୋରା ସୈନିକମାନଙ୍କୁ ଦିଆଯାଇଥିଲା। ହଜାର ହଜାର ସଂଖ୍ୟାରେ କଳା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ସୁଦ୍ଧା ଦିଆଯାଇ ନ ଥିଲା।

ପ୍ରତିନିଧି ସଭାରେ କ୍ଷମା ପ୍ରାର୍ଥନା

ରିପୋର୍ଟ ଆସିବା ପରେ ବ୍ରିଟେନ ରକ୍ଷାମନ୍ତ୍ରୀ ବେନ୍‌ ଓ୍ଵାଲେସ୍‌ ସରକାରଙ୍କ ତରଫରୁ ପ୍ରତିନିଧି ସଭାରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି କି, ‘ନିଶ୍ଚିତ ଭାବେ କିଛି ସ୍ଥାନରେ ଭେଦଭାବ କରାଯାଇଛି। ଏବେ ଆମେ ସରକାର ଏବଂ Commonwealth War Grave Commissionଙ୍କ ତରଫରୁ କ୍ଷମା ମାଗିବାକୁ ଚାହୁଁଛୁ। ସେହି ସମୟରେ ଆମେ ମୌଳିକ ସିଦ୍ଧାନ୍ତକୁ ଆସିପାରି ନ ଥିଲୁ। ଆମେ ଦୁଃଖିତ ଯେ ଏହି ସ୍ଥିତିକୁ ଠିକ୍‌ କରିବାରେ ଲମ୍ବା ସମୟ ଲାଗିଥିଲା। ଆମେ ଅତୀତକୁ ବଦଳାଇ ଦେଇ ପାରିବାନି, କିନ୍ତୁ ପୂର୍ବ ଭୁଲ୍‌ରୁ ଶିକ୍ଷା ପାଇପାରିବା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.