Below header

ରାଜଧାନୀର ପୁରୁଣା ଭୁବନେଶ୍ୱରରେ ବଧୂହତ୍ୟା ଚର୍ଚ୍ଚା

କେଡେ ସୁନ୍ଦର ଦେଖାଯାଉଥିଲା ବଧୂ ବେସରେ ସଜେଇ ହୋଇ । ସ୍ୱାମୀଙ୍କ ହାତରୁ ମଥାରେ ସିନ୍ଦୁର ନାଇ ଜୀବନର ନୂଆ ଅଧ୍ୟାୟ କଥା ଭାବୁଥିଲା ।

ଭୁବନେଶ୍ବର : କେଡେ ସୁନ୍ଦର ଦେଖାଯାଉଥିଲା ବଧୂ ବେସରେ ସଜେଇ ହୋଇ । ସ୍ୱାମୀଙ୍କ ହାତରୁ ମଥାରେ ସିନ୍ଦୁର ନାଇ ଜୀବନର ନୂଆ ଅଧ୍ୟାୟ କଥା ଭାବୁଥିଲା । ସ୍ୱାମୀଙ୍କ ହାତରେ ହାତ ରଖି ଆସିଥିଲା ଶାଶୂ ଘର । କିନ୍ତୁ ବାହାଘରର ମାତ୍ର ଅଢ଼େଇ ବର୍ଷରେ କୋକେଇରେ ଉଠିଲା ଶବ । ହଁ ଆଜ୍ଞା ଯୌତୁକର ଭାର ଏତେ ଭାରି ହେଇଗଲା ଯେ ନେଇଗଲା ଗୋଟେ ନବବଧୂର ଜୀବନ । ଜଣେ ଯୌତୁକ ପାଇଁ ବଧୂହତ୍ୟା କଲା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା କଲା। ଆଉ ଜଣେ ପ୍ରେମିକା ବାହାହବା ପାଇଁ ଜିଦ୍‌ କରିବାରୁ ମାରିଦେଲା ପ୍ରେମିକ। ଗୋଟିଏ ଦିନରେ ଭୁବନେଶ୍ବରର ଗୋଟିଏ ଥାନା ଅଞ୍ଚଳରେ ତିନିତିନି ଜଣଙ୍କୁ ଏଭଳି ହତ୍ୟା କରାଯାଇଛି। ଯାହାପରେ ଚାରିଆଡେ ଚହଳ ସୃଷ୍ଟି କରିଛି ଏହି ଖବର । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏହି ତିନି ଘଟଣାକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା।

ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର ଅଢ଼େଇ ବର୍ଷ ତଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ସୁରଜ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ସବୁ ଠିକ୍‌ ଚାଲିଥିଲା। କିନ୍ତୁ ପରେ ଶ୍ବଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ। ସେଥିପାଇଁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ବି ଦେଉଥିଲେ।

priyankaନିର୍ଯାତନା ସୀମା ଟପିବା ପରେ ପ୍ରିୟଙ୍କା ତାଙ୍କ ବାପା ବିଦ୍ୟାଧର ମିଶ୍ରଙ୍କୁ ଜଣାଇଥିଲେ। ଉଭୟ ପରିବାର ବୁଝାମଣା ପରେ କିଛିଦିନ ଭଲରେ ବିତିଲା ସତ, ହେଲେ ଶ୍ବଶୁର ଘର ଲୋକେ ସତରେ ବଦଳି ନଥିଲେ। ସୋମବାର ସନ୍ଧ୍ୟାରେ ଶାଶୂ ପ୍ରିୟଙ୍କାଙ୍କ ମାମୁ ରଂଜନ ତ୍ରିପାଠୀଙ୍କୁ ଫୋନ୍‌କରି କହିଥିଲେ, ‘‘ତମ ଭାଣିଜୀ ଆତ୍ମହତ୍ୟା କରିଛି।’’ ଏହା ଶୁଣି ପରିବାର ଲୋକ ରାତାରାତି ଆସି ପୁରୁଣା ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନେ ଆସିବା ବେଳକୁ ପ୍ରିୟଙ୍କାଙ୍କୁ ତଳେ ଶୁଆଇ ଦିଆ ଯାଇଥିଲା। ତାଙ୍କ ବେକରେ ଏକ ରଶିର ଦାଗ ଥିଲା। ସେମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଯାହାପରେ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସ୍ୱାମୀ ସୁରଜ୍‌ ଦାସଙ୍କୁ ପୋଲିସ ଗିରଫ କରିଥିବାବେଳେ ଶ୍ୱଶୁର କିନ୍ତୁ ବୋହୁ ନାଁରେ କହୁଛନ୍ତି କିଛି ଅଲଗା କଥା ।

ଏପଟେ କାନ୍ଦି କାନ୍ଦି ଭୂଇଁରେ ଗଡିଯାଉଛି ମୃତ ପ୍ରିୟଙ୍କାଙ୍କ ଭଉଣୀ । କାନ୍ଦି କାନ୍ଦି ବାରମ୍ବାର କହୁଛି ମୋ ଭଉଣୀ ଅଷ୍ଟମଙ୍ଗଳା ପାଖରୁ ଆଜ୍ଞା ନିର୍ଯ୍ୟାତନା ପାଉଥିଲା । ମୋ ଭଉଣୀକୁ ମୋ ଭିଣୋଇ ମଦ ପିଇ ଘରେ ପୁରାଇ ବାଡାଏ । ମୋ ଭଉଣୀକୁ କହୁଥିଲେ ତୁ ଛୋଟ ଘରୁ ଆସିଛୁ । ତୁ ଛୋଟ ଲୋକ ଘରର ଝିଅ । ବାରମ୍ବାର ଯୌତୁକ ପାଇଁ ନିର୍ଯ୍ୟାତନା ସହୁଥିଲା ମୋ ଭଉଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.