ମାଉସୀ ଘରକୁ ଲଷ୍ମୀ ପୂଜା ଦେଖିବାକୁ ଆସିଥିଲେ, ନଦୀରେ ବୁଡି ପୁତୁରା ମୃତ

ନଦୀରେ ବୁଡି ନାବାଳକ ମୃତ। ଯାଜପୁର ସଦର ଥାନା ମତାବାଦ ନିକଟ ବୈତରଣୀ ନଦୀର ଶାଖା ବୁଢା ନଦୀ ଘାଟରେ ଘଟିଛି ଏଭଳି ଅଘଟଣ ।

ଯାଜପୁର ଟାଉନ : ନଦୀରେ ବୁଡି ନାବାଳକ ମୃତ। ଯାଜପୁର ସଦର ଥାନା ମତାବାଦ ନିକଟ ବୈତରଣୀ ନଦୀର ଶାଖା ବୁଢା ନଦୀ ଘାଟରେ ଘଟିଛି ଏଭଳି ଅଘଟଣ । ତିନିଜଣ ସାଙ୍ଗ ବୁଢା ନଦୀକୁ ଗାଧୋଇ ଯାଇଥବା ବେଳେ ନଦୀରେ ବୁଡି ଯାଇଥିଲେ।

ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବା ବେଳେ ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ଚେତାଶୁନ୍ୟ ଅବସ୍ଥାରେ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ।

ସେଠାରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ହେଲେ ସାନସୁଆର ଅଂଚଳର ୧୪ ବର୍ଷର ବାଳକ ଲିପୁନ ଜେନା। ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଠି ହୋଇଛି। ଏନେଇ ସଦର ଥାନା ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.