Uber ଟ୍ୟାକ୍ସି ଡ୍ରାଇଭର ୧ ବର୍ଷରେ ରୋଜଗାର କଲେ ୨୩ ଲକ୍ଷ ଟଙ୍କା, ରୋଜଗାର ମାଧ୍ୟମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମେରିକାର ଜଣେ ୭୦ ବର୍ଷିୟ Uber ଟ୍ୟାକ୍ସି ଡ୍ରାଇଭର ୨୦୨୨ ମସିହାରେ ତାଙ୍କର ପ୍ରାୟ ୩୦ ପ୍ରତିଶତ ରାଇଡ୍‌ କ୍ୟାନ୍ସଲ କରିଥିଲେ । ତଥାପି ସେ ଗୋଟିଏ ବର୍ଷରେ ୨୮,୦୦୦ ଡଲାର ବା ୨୩.୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ରୋଜଗାର ମାଧ୍ୟମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ଆମେରିକାର ଜଣେ ୭୦ ବର୍ଷିୟ Uber ଟ୍ୟାକ୍ସି ଡ୍ରାଇଭର ୨୦୨୨ ମସିହାରେ ତାଙ୍କର ପ୍ରାୟ ୩୦ ପ୍ରତିଶତ ରାଇଡ୍‌ କ୍ୟାନ୍ସଲ କରିଥିଲେ । ତଥାପି ସେ ଗୋଟିଏ ବର୍ଷରେ ୨୮,୦୦୦ ଡଲାର ବା ୨୩.୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ସେ କେବଳ ୧୦ ପ୍ରତିଶତ ରାଇଡ୍‌ କରାଇଥିଲେ । ତେବେ ଦେଖିବା ପାଇଁ ଗଲେ ସେ ପୂରା ୧,୫୦୦ ରାଇଡ୍ କରାଇଥିଲେ ।

ୟୁଏସଏର ନର୍ଥ କୋରୋଲିନାରେ ରହୁଥିବା ବିଲ୍ ନାମକ ଜଣେ ବ୍ୟକ୍ତି ତାଙ୍କ ଜବ୍‌ରୁ ୬ ବର୍ଷ ପୂର୍ବେ ଅବସର ନେଇଥିଲେ । ପରେ ସେ ପାର୍ଟ ଟାଇମ୍ କାର୍ ଚଲାଇବା ଆରମ୍ଭ କରିଥିଲେ । କିନ୍ତୁ ସେ କେବଳ ସେହି ଲୋକମାନଙ୍କୁ ରାଇଡ୍‌ କରାଉଥିଲେ, ଯେଉଁମାନେ ତାଙ୍କ ପାଇଁ ଯୋଗ୍ୟ ଥିଲେ ।
ବିଲ୍ଙ୍କ ସହ କାମ କରୁଥିବା Uberର ଡ୍ରାଇଭରଙ୍କ ଅନୁଯାୟୀ, ଯଦି ତାଙ୍କୁ ଠିକ୍ ଦରମା ନ ମିଳେ ସେ କାମ କରନ୍ତି ନାହିଁ । କରୋନା ସମୟରେ କମ୍ ଡ୍ରାଇଭର ଥିବା ଯୋଗୁ ସେମାନଙ୍କର ରୋଜଗାର ଘଣ୍ଟା ପ୍ରତି ୫୦ ଡଲାର ଥିଲା । ହେଲେ ଯାହା ଏବେ ମାତ୍ର ୧୫ ରୁ ୨୦ ଡଲାର ରହିଛି । କାରଣ ବର୍ତ୍ତମାନ ସମୟରେ ଡ୍ରାଇଭରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ତେବେ ଏହି ରାଇଡ୍‌ରୁ ଅଧିକ ଟଙ୍କା ରୋଜଗାର କରିବାକୁ ବିଲ୍ ଅନେକ ପ୍ରକାରର ମାଧ୍ୟମରେ କାମ କରୁଥିଲେ । ତାଙ୍କ ସହ କାମକରୁଥିବା ଲୋକଙ୍କ ଅନୁସାରେ, ସେ ଶୁକ୍ରବାର ଏବଂ ଶନିବାର ରାତିରେ ରାଇଡ୍‌ କରିବାକୁ ପସନ୍ଦ କରନ୍ତି । କାରଣ ସେହି ସମୟରେ ବିମାନବନ୍ଦର ଏବଂ ବାରରେ ଅଧିକ ଲୋକ ରହିଥାନ୍ତି । ଯେଉଁ କାରଣରୁ ସେହି ସମୟରେ ଭଲ ରୋଜଗାର ହୁଏ । ବିଲ୍ ପ୍ରାୟତଃ ଦ୍ୱିପାକ୍ଷିକ ରାଇଡ୍‌ କରିବାକୁ ପସନ୍ଦ କରନ୍ତି ।

କିନ୍ତୁ ବେଳେବେଳେ ଏହି ଯୋଗୁ ମଧ୍ୟ ଅସୁବିଧା ହୋଇଥାଏ । ଯେପରି ଯଦି ଆପଣ ଅତ୍ୟଧିକ ରାଇଡ୍ କ୍ୟାନ୍ସଲ କରନ୍ତି ତାହେଲେ ରାଇଡିଂ ସରଭିସ୍‌ ପ୍ରୋବାଇଡର୍‌ ଆପଣଙ୍କ ଆକାଉଣ୍ଟକୁ ବନ୍ଧ ରଖିପାରନ୍ତି । ଯାହା ଫଳରେ ଆପଣଙ୍କ ରୋଜଗାରରେ କ୍ଷତି ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.