ବାଣ ଭିଡୁଥିବା ସମୟରେ ଘଟିଲା ବିସ୍ଫୋରଣ, ଜଣେ ଗୁରୁତର

ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ଖୋସାଲପୁର ଗ୍ରାମରେ। ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଆନନ୍ଦ ମଲିକ।

ଯାଜପୁର : ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ଖୋସାଲପୁର ଗ୍ରାମରେ। ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଆନନ୍ଦ ମଲିକ।

ସେ ଆଜି ଘରେ ବାଣ ଭିଡୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.