Deepfakeର ଶିକାର ହେଲେ କ୍ୟାଟ୍ରିନା କୈଫ୍‌, ଅଭିନେତ୍ରୀଙ୍କୁ ପିନ୍ଧାଇ ଦିଆଗଲା ଲଜ୍ଜାଜନକ ପୋଷାକ

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଏବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। Deepfake ଜାଲରେ ଫସିଛନ୍ତି କ୍ୟାଟ୍‌। କେହି ଜଣେ Deepfake ଟେକ୍ନୋଲୋଜି ବ୍ୟବହାର କରି ତାଙ୍କୁ ଲଜ୍ଜାଜନକ ପୋଷାକ ପିନ୍ଧାଇ ଦେଇଛନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ ‘ଟାଇଗର ୩’ର ଟାୱେଲ ଦୃଶ୍ୟରେ ଏଭଳି କାମ କରାଯାଇଛି।

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଏବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। Deepfake ଜାଲରେ ଫସିଛନ୍ତି କ୍ୟାଟ୍‌। କେହି ଜଣେ Deepfake ଟେକ୍ନୋଲୋଜି ବ୍ୟବହାର କରି ତାଙ୍କୁ ଲଜ୍ଜାଜନକ ପୋଷାକ ପିନ୍ଧାଇ ଦେଇଛନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ ‘ଟାଇଗର ୩’ର ଟାୱେଲ ଦୃଶ୍ୟରେ ଏଭଳି କାମ କରାଯାଇଛି। ଏବେ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାସ୍ତବରେ, ‘ଟାଇଗର ୩’ର ଟ୍ରେଲରରେ କ୍ୟାଟ୍ରିନା କୈଫ୍‌ଙ୍କ ଟାୱେଲ ଫାଇଟ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ସିନ୍‌ରେ କ୍ୟାଟ୍ରିନା ବହୁତ ଚମତ୍କାର ଆକ୍ସନ୍ ମୋଡ୍‌ରେ ନଜର ଆସିଥିଲେ। ସେ ଖୁବ୍‌ ଆରାମରେ ଟାୱେଲ ପିନ୍ଧି ଫାଇଟ୍‌ କରିଥିଲେ। ନିକଟରେ ଅଭିନେତ୍ରୀ ଏହି ସିନ୍‌ର ସୁଟିଂ ପଛର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ହେଲେ ଏବେ ଏହି ଫଟୋକୁ କେହି ଜଣେ ମର୍ଫ କରିଦେଇଛି।

କ୍ୟାଟ୍ରିନା କୈଫ୍‌ଙ୍କର ଯେଉଁ Deepfake ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ହ୍ଵାଇଟ୍‌ ଡିପ୍‌ ପ୍ଲଞ୍ଜିଙ୍ଗ୍‌ ନେକ୍‌ଲାଇନ ଟପ୍‌ ପିନ୍ଧିଥିବା ନଜର ଆସୁଛନ୍ତି। ଏଥିରେ ତାଙ୍କର କ୍ଲିଭେଜ୍‌ ଗଭୀର ଭାବରେ ଦୃଶ୍ୟମାନ ହେଉଛି। ଯେତେବେଳେ କି, କ୍ୟାଟ୍ରିନା ଯେଉଁ ଫଟୋ ପୋଷ୍ଟ କରିଥିଲେ, ସେଥିରେ ସେ ଏକ ଟାୱେଲ ପିନ୍ଧିଥିଲେ ଏବଂ ତାଙ୍କର ନେକ୍‌ଲାଇନ ସମ୍ପୂର୍ଣ୍ଣ ଆଚ୍ଛାଦିତ ରହିଥିଲା। ଆଉ ତାହା ଅଶ୍ଳୀଳ ମଧ୍ୟ ଦେଖାଯାଉ ନ ଥିଲା।

କହି ରଖୁଛୁ, କ୍ୟାଟ୍ରିନାଙ୍କ ପୂର୍ବରୁ ରଶ୍ମିକା ମନ୍ଦାନାଙ୍କର Deepfake ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଭିନେତ୍ରୀ ଅତିରିକ୍ତ ରିଭିଲିଙ୍ଗ୍‌ ପୋଷାକ ପିନ୍ଧି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

You might also like