Below header

ଦୁଇ ଶିଶୁପୁତ୍ରଙ୍କ ସହ ମରିବାକୁ ପୋଖରୀରେ ପଶିଥିଲା ମା, ଅଳ୍ପକେ ରକ୍ଷାକଲେ ଗାଁ ଲୋକ

ନବରଙ୍ଗପୁର (କେ ନ୍ୟୁଜ୍‌) : କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଜନ୍ମ କଲା ମା’ର ଏମିତି ରାଗ ଉଠିଗଲା ଯେ ନିଜ ଦୁଇ ଶିଶୁଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଯାଉଥିଲା । ଅଳ୍ପକେ ରକ୍ଷା ପାଇଗଲେ ସମସ୍ତେ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କସରା ଭଟା ଗାଁର ଘଟଣା । ଏହି ଗାଁର ସୋନୁ ସାହୁ ଲକ୍‌ଡାଉନ୍ ପୂର୍ବରୁ ସେ ହାଇଦ୍ରାବାଦରେ କାମ କରୁଥିଲେ । ସେଠାରୁ ଫେରିବା ପରେ ଏବେ ଝରିଗାଁ ବ୍ଲକର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ଗତକାଲି ସୋନୁ ତାଙ୍କ ସ୍ତ୍ରୀ ଗୋରୀ ସାହୁଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ । ତେବେ ଅନୁମାନ କରାଯାଉଛି ଯେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ କଳିଗୋଳ ହୋଇଥିଲା । ଆଜି ସ୍ତ୍ରୀ ଗୋରୀ ହଠାତ୍ ନିଜ ଦୁଇ ପୁଅଙ୍କୁ ପ୍ରଥମେ କୀଟ ନାଶକ ପିଆଇଥିଲେ ଏବଂ ପରେ ଏକ ଗାମୁଛାରେ ଦୁଇ ଶିଶୁଙ୍କୁ ନିଜ ଦେହରେ ବାନ୍ଧି ଏକ ପୋଖରୀ ଭିତରକୁ ଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ କିଛି ଗ୍ରାମବାସୀ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ । ବର୍ତ୍ତମାନ ଶିଶୁ ଦୁଇଟି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ବଡ ପୁଅ ଗଣେଶର ବୟସ ୪ ବର୍ଷ ଓ ସାନ ପୁଅ ପ୍ରେମ୍‌ର ବୟସ ମାତ୍ର ୬ ମାସ । ପାରିବାରିକ କଳହକୁ ନେଇ ଗୋରୀ ଏପରି କରିଥାଇ ପାରନ୍ତି ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.