ସୋଲାର ଆଲୋକରେ ଝଲସିବ କୋଣାର୍କ ସୂର୍ଯ୍ୟ ମନ୍ଦିର, ସୂର୍ଯ୍ୟ ନଗରୀ ଭାବେ ବିକଶିତ ହେବ ସମଗ୍ର ଅଞ୍ଚଳ

କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରର ସଂପୂର୍ଣ୍ଣ ସୋଲାରାଇଜେସନ୍  କରିବା ପାଇଁ ନଷ୍ପତ୍ତି ନେଇଛି।

ଏହି ଯୋଜନା ସମ୍ପର୍କରେ ଶକ୍ତି ଏବଂ MNRE ମନ୍ତ୍ରୀ ଆର.କେ ସିଂ କହିଛନ୍ତି, ଭାରତ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।  ଯେଉଁଥିରେ ଓଡ଼ିଶାର ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି । ସୋଲାର ଶକ୍ତିର ଆଧୁନିକ ବ୍ୟବହାର ଏବଂ ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଏବଂ ସୋଲାର ଶକ୍ତିକୁ ପ୍ରୋତ୍ସାହିତ କରିବାର ଏହା ଏକ ମହତ୍ ପଦକ୍ଷେପ ବୋଲି ମନ୍ତ୍ରୀ  କହିଛନ୍ତି।

ଏହି ଯୋଜନାରେ ୧୦  ମେଗାୱାଟ ଗ୍ରୀଡ୍ ସଂଯୁକ୍ତ ସୋଲାର ପ୍ରୋଜେକ୍ଟ ଏବଂ ବିଭିନ୍ନ ସୋଲାର ଅଫ୍ ଗ୍ରୀଡ୍ ପ୍ରୟୋଗ ଯେପରିକି ସୋଲାର ଗଛ, ସୋଲାର ପାନୀୟ ଜଳ କିଓସ୍କ, ବ୍ୟାଟେରୀ ଷ୍ଟୋରେଜ୍ ସହିତ ଅଫ୍ ଗ୍ରୀଡ୍ ସୋଲାର ବିଦ୍ୟୁତ୍ ଉତ୍ପାଦନ ଇତ୍ୟାଦି ୧୦୦ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା (CFA) ସହିତ ସେଟ୍ ଅପ୍ କରିବାକୁ ଯୋଜନା କରାଯାଇଛି | ପାଖାପାଖି ୨୫ କୋଟି ଟଙ୍କା ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ମାଧ୍ୟମରେ ଭାରତ ସରକାର ଏହି ପ୍ରକଳ୍ପକୁ ମଞ୍ଜୁର ଦେଇଛନ୍ତି।  ଏହି ପ୍ରକଳ୍ପର କାର୍ଯ୍ୟକାରିତା ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ବିକାଶ ଏଜେନ୍ସି (OREDA) ଦ୍ୱାରା କରାଯିବ | ଏବଂ ଏହାକୁ ତୁରନ୍ତ ଆରମ୍ଭ  କରାଯିବ ବୋଲି ଜଣା ପଡିଛି। ଏହି ଯୋଜନା ସୋଲାର ଶକ୍ତି ସହିତ କୋଣାର୍କ ସହରର ସମସ୍ତ ଶକ୍ତି ଆବଶ୍ୟକତା ପୂରଣ କରିବ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.