ଟେରାକୋଟାରେ ସୌଖିନ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ମହିଳା

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତତନ୍ତ, ବୟନ ଓ ଶିଳ୍ପ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ଟେରାକୋଟା ହସ୍ତଶିଳ୍ପ ତାଲିମ ପ୍ରଦାନ କରାଯାଉଛି । ଯେଉଁଥିରେ ୧୫ ଜଣ କୁମ୍ଭକାର ମହିଲା ତାଲିମ ନେଇ ଆମନିର୍ଭରଶୀଳ ହୋଇପାରିବେ । ସେମାନଙ୍କ ଆର୍ଥିକ ଅବସ୍ଥାରେ ସହାୟକ ହୋଇପାରିବ ବୋଲି ତାଲିମ ଦାତା କହିଛନ୍ତି ।

କୁଟିର ଶିଳ୍ପ ଓ ହସ୍ତ ଶିଳ୍ପର ଗନ୍ଥାଘର ସୁବର୍ଣ୍ଣପୁର ଜିଲ୍ଲା । ଦିନେ କୁମ୍ଭକାରଙ୍କ ହାତ ତିଆରି ମାଟି ଜିନିଷ ପାଇଁ ବେଶ ପରିଚିତ ଥିଲେ ଏହି ଜିଲ୍ଲାର କୁମ୍ଭକାର । କିନ୍ତୁ ଏବେ ବଦଳିଛି ଯୁଗ ଆଉ ବଦଳିଛି ସମୟ । ସମୟ ସୁଅରେ ନିଜର କୈାଳିକ ବୃତି ହଜିଯାଉଥିବାରୁ ଚିନ୍ତାରେ କୁମ୍ଭକାର ପରିବାର । ଦିନକୁ ଦିନ ମାଟି ପାତ୍ରର ଚାହିଦା କମିବା ସହ ଆଧୁନିକ ଯୁଗରେ ବଢିଛି ପ୍ଲାଷ୍ଟିକ, ଆଲୁମିନିୟମର ଚାହିଦା । ଫଳରେ ବିକ୍ରି ହୋଇ ପାରୁନି ଏମାନଙ୍କ ହାତ ତିଆରି ମାଟିପାତ୍ର । ଯାହାକୁ ନେଇ ଚିନ୍ତାରେ ଥିବା କୁମ୍ଭକାର ପରିବାରଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଏବେ ଆରମ୍ଭ ହୋଇଛିି ଉଦ୍ୟମ ।

ଜିଲ୍ଲା ହସ୍ତ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଦକ୍ଷତା ବିକାଶରେ ଟେରାକୋଟା ତାଲିମ ଦେଇ କରାଯାଉଛି ଆତ୍ମନିର୍ଭରଶୀଳ । ଜୀବନ ପାଉଛି ଏହି ମହିଳାଙ୍କ ହାତରେ ତିଆରି କରାଯାଉଥିବା କିସମ କିସମର ଘରକରଣା ଟେରାକୋଟା ସାମଗ୍ରୀ । ଟେରାକୋଟାର କପ, ପ୍ଲେଟ, ହାତୀ, ,ଘୋଡା, ଦୀପ, ତିନି ମାଙ୍କଡ, ଫୁଲଦାନୀ, ଘରକରଣା ସାମଗ୍ରୀ ସହିତ ସୌଖିନ ସାମଗ୍ରୀ ତିଆରି କରିବାରେ ସିଦ୍ଧହସ୍ତ ହୋଇପାରିଛନ୍ତି ଏମାନେ । ଦିନେ କି ଦୁଇଦିନ ନୂହେଁ ଆଜକୁ ଛଅ ମାସଧରି ତାଲିମ ନେବାପରେ ତିଆରି କରିଛନ୍ତି ଏଭଳି ସୌଖିନ ଟେରାକୋଟା ସାମଗ୍ରୀ ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତତନ୍ତ, ବୟନ ଓ ଶିଳ୍ପ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ଟେରାକୋଟା ହସ୍ତଶିଳ୍ପ ତାଲିମ ପ୍ରଦାନ କରାଯାଉଛି । ଯେଉଁଥିରେ ୧୫ ଜଣ କୁମ୍ଭକାର ମହିଲା ତାଲିମ ନେଇ ଆମନିର୍ଭରଶୀଳ ହୋଇପାରିବେ । ସେମାନଙ୍କ ଆର୍ଥିକ ଅବସ୍ଥାରେ ସହାୟକ ହୋଇପାରିବ ବୋଲି ତାଲିମ ଦାତା କହିଛନ୍ତି । ସେପଟେ ତାଲିମ ନେଲାପରେ ସୁନ୍ଦର ସୁନ୍ଦର ଟେରାକୋଟା ତିଆରି କରିପାରୁଥିବାରୁ ବେଶ ଖୁସି ଅଛନ୍ତି ତାଲିମ ନେଉଥିବା କୁମ୍ଭକାର ମହିଳା ।

ଏମାନେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଲକର୍ମା ଗାଁର । ଏହି ଗାଁରେ ରୁହନ୍ତି ୩୦ରୁ ଉର୍ଦ୍ଧ କୁମ୍ଭକାର ପରିବାର । ଧିରେ ଧିରେ ଏମାନଙ୍କ କୈାଳିକ ବୃତି ହଜିବାକୁ ବସିଥିଲା । ଏମାନେ ତିଆରି କରୁଥିବା ହାଣ୍ଡି, ମାଠିଆ, ସୁରେଇ ଭଳି ମାଟି ତିଆରି ଜିନିଷ ଆଧୁନିକତାର ଛାପ ଭିତରେ ହଜିବାକୁ ବସିଲାଣି । ଏହାର ପୁନଃରୁଦ୍ଧାର ପାଇଁ ଏବେ ଜିଲ୍ଲା ହସ୍ତ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ଆଜକୁ ଛଅମାସ ଧରି ମାଟିରେ ତିଆରି ଟେରାକୋଟା ତାଲିମ ଦେଉଛନ୍ତି ଯୁବ ନିପୁଣ ଶିଳ୍ପୀ ଅର୍ଜ୍ଜୁନ ରଣା ।

ଯାହାଙ୍କ ବଳିଷ୍ଠ ଉଦ୍ୟମରେ ଗାଁର ୧୫ ଜଣ କୁମ୍ଭକାର ମହିଳାଙ୍କୁ ଏକତ୍ରିତ କରି ତାଲିମ ପ୍ରଦାନ କରାଯାଉଛି । ଆଉ ଏମାନେ ତାଲିମ ନେଇ ସ୍ଵାବଲମ୍ୱି ହେବାସହ ଆତ୍ମନିର୍ଭରଶୀଳ ହୋଇପାରିବେ । ଏପରିକି ସେମାନଙ୍କ ହାତ ତିଆରି ଟେରାକୋଟାର ବିଭିନ୍ନ ସାମଗ୍ରୀ ବିକ୍ରୀବଟାର ସୁବିଧା କରାଯିବାସହ ରାଜ୍ୟ ତଥା ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନୀ ମାନଙ୍କରେ ମଧ୍ୟ ବିକ୍ରି କରିପାରବେ । ଯାହାକୁ ନେଇ ବେଶ ଖୁସି ଅଛନ୍ତି ତାଲିମ ନେଉଥିବା ମହିଳାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.