Below header

ବାଲେଶ୍ୱର: ମଜୁରୀ ପ୍ରାପ୍ୟ ନମିଳିବାରୁ ରାଜମିସ୍ତ୍ରୀକୁ ବିଚ ବଜାରରେ ନିସ୍ତୁକ ମାଡ଼ ମାରିଲେ ମହିଳା ଶ୍ରମିକ

ବାଲେଶ୍ୱର(କେନ୍ୟୁଜ୍): ମଜୁରୀ ପ୍ରାପ୍ୟ ନମିଳିବାରୁ ରାଜମିସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଲେ ମହିଳା ଶ୍ରମିକ। ବିଚ ବଜାରରେ ଜୋତାରେ ମାଡ଼ ମାରିବାର ଭିଡ଼ିଓ ଭାଇରାଲ। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦର୍ଶନ ମହାଳିକଙ୍କ ପାଖରେ କାମ କରୁଥିବା ମହିଳା ଶ୍ରମିକ ଜଣକ ପ୍ରାପ୍ୟ ନପାଇବାରୁ ସେ ମାଡ଼ ମାରିଛନ୍ତି। ଗତ ତିନିମାସ ଧରି ମହିଳା ଶ୍ରମିକ ଜଣକ ସୁଦର୍ଶନଙ୍କୁ ନିଜ ପ୍ରାପ୍ୟ ମାଗୁଥିବା ବେଳେ ସେ କିନ୍ତୁ ପରେ ଦେବାକୁ କହି ଏଡ଼ାଇ ଯାଉଥିଲେ। ତେବେ ସୋର ଅନନ୍ତପୁର ଛକ ଠାରେ ସୁଦର୍ଶନ ଦେଖା ହେବା ପରେ ପୁଣି ଟଙ୍କା ମାଗିବାରୁ ସୁଦର୍ଶନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳା ଶ୍ରମିକ ଜଣକ ତାଙ୍କୁ ଜୋତାରେ ନିସ୍ତୁକ ମାଡ଼ ମାରିଛନ୍ତି। ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.