ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ପ୍ଲାଟଫର୍ମରେ ‘ତେରୀ ମେରୀ କହାନୀ’ ଗୀତ ଗାଇ ରାତାରାତି ବଲିଉଡ୍ ରେ ଏଣ୍ଟ୍ରି କରିଥିବା ରାନୁ ମଣ୍ଡଳଙ୍କ ଚର୍ଚ୍ଚା ସୋସିଆଲ ମିଡିଆରେ ଥମି ନଥିବା ବେଳେ ଏବେ ଆଉ ଏକ ଗୀତ ଭାଇରାଲ ହୋଇଛି। ଦୀପାବଳି ଅବସରରେ ରାନୁ ମଣ୍ଡଳଙ୍କ ଭାଇରାଲ ହୋଇଥିବା ଭିଡିଓରେ ସେ ଶାହରୁଖ୍ ଖାନ୍ ଙ୍କ ଫିଲ୍ମ ‘ଦିଲଓ୍ଵାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍’ଗୀତଗାଉଥିବାର ନଜର ଆସିଛନ୍ତି।

https://www.instagram.com/p/B4FOB1bhHEd/?utm_source=ig_web_copy_link

ରିପୋର୍ଟ ଅନୁଯାୟୀ ନିକଟରେ ରାନୁ ମଣ୍ଡଳ ବଙ୍ଗାଳି ଟେଲିଭିଜନ୍ ସୋ’ ‘କମେଡି ଷ୍ଟାର୍ସ’ରେ ଅତିଥି ଭାବେ ଯୋଗ ଦେବାକୁ ପହଞ୍ଚିଥିଲେ। ଏହି ଅବସରରେ ସେ ଶାହରୁଖ୍ ଖାନଙ୍କ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍’ ଗୀତ ଗାଇଥିଲେ। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକମାନେ ବେଶ୍ ଖୁସି ହୋଇ କରତାଳି ମାରିଥିଲେ। ଏହି ଭିଡିଓଟିକୁ ‘ଡେଲିହଣ୍ଟ’ର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ସାଇଟ୍‌ରେ ସେଆର୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.