ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ , ଶାଶୂ,ଶ୍ୱଶୁରଙ୍କ ସହ ସ୍ୱାମୀକୁ ଗିରଫ କରିଛି ସମ୍ବଲପୁର ପୋଲିସ

ସମ୍ବଲପୁର(କେନ୍ୟୁଜ୍) : ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗରେ ୩ଗିରଫ। ଶାଶୂ,ଶ୍ୱଶୁରଙ୍କ ସହ ସ୍ୱାମୀକୁ ଗିରଫ କରିଛି ସମ୍ବଲପୁର ପୋଲିସ। ମୃତ ମହିଳା ଜଣଙ୍କ ସମ୍ବଲପୁର ହୀରାକୁଦ ଭିଏସଏସ୍ କଲୋନୀରେ ରହୁଥିବା ସ୍ମୃତି ରଞ୍ଜନ ନାୟକଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ଶତପଥୀ। ଅଭିଯୋଗ ଅନୁଯାୟୀ ୬ବର୍ଷ ପୂର୍ବେ ଉଭୟ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୨ଟି ଝିଅ ଅଛନ୍ତି। ଗତ ଦୁଇ ଦିନ ତଳେ ଜ୍ୟୋତିର୍ମୟୀଙ୍କ ଦେହରେ ନିଆଁ ଲାଗି ପ୍ରାୟ ୯୦ପ୍ରତିଶତ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଜ୍ୟୋତିର୍ମୟୀଙ୍କୁ ଶାଶୁଘରଲୋକେ ହତ୍ୟା କରିଥିବା ବାପଘର ଲୋକେ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ। ଏନେଇ ସ୍ମୃୃତି ରଞ୍ଜନଙ୍କ ବିରୁଦ୍ଧରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରହିଥିଲା।