Below header

ଭୁବନେଶ୍ବର: ବିଲକୁ ଯାଇଥିବା ସମୟରେ ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

କେନ୍ୟୁଜ୍(ବ୍ୟୁରୋ):  ବିଲକୁ ଯାଇଥିବା ସମୟରେ  ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଉପକଣ୍ଠ କୁଜିମହଲ ଅଞ୍ଚଳରେ। ମୃତକଙ୍କ ନାମ ହେଉଛି କ୍ଷୀର ମାଝୀ । ମିଳିଥିବା ସୂଚନା ମୁତାବକ କ୍ଷୀର ମାଝୀ ଆଜି ଅପରାହ୍ନରେ ବିଲକୁ ଯାଇଥିବା ବେଳେ ଏକ ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ କ୍ଷୀର ମାଝୀଙ୍କ ମୃତ୍ୟୁ ହୋଇଥିଲା।

ଗ୍ରାମବସୀମାନେ ବିଲରୁ କ୍ଷୀର ମାଝୀଙ୍କୁ ଉଦ୍ଧାର କରି  ଉକ୍ତରଖାନାକୁ ନେଇଥିଲେ,  କିନ୍ତୁ  ଡାକ୍ତର ସେଠାରେ  ତାଙ୍କୁ ମୃ‌ତ ଘୋଷଣା  କରିଥିଲେ।  କ୍ଷୀର ମାଝୀଙ୍କ ସ୍ୱାମୀ ଓ ପୁଅ ଉଭୟ ମାନସିକ ରୋଗୀ ହୋଇଥିବାରୁ ଉଭୟଙ୍କ ଓ ପରିବାରକୁ ଏକାହିଁ କ୍ଷୀର ମାଝୀ  ପ୍ରତିପୋଷଣ  କରୁଥିଲେ । ଏବେ ତାଙ୍କ ଦେହାନ୍ତ ପରେ ଦୁଇ ମାନସିକ ରୋଗୀ କିଭଳି ଚଳିବେ ସେଥିପାଇଁ ପ୍ରଶାସନର ଦ୍‌ଷ୍ଟି ଆକର୍ଷଣ କରିବା  ପାଇଁ ରାସ୍ତା  ଅବରୋଧ କରିଛନ୍ତି ଗ୍ରାମବାସୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.