ଜାଣନ୍ତୁ କାହିଁକି କାଖରେ ଅଢ଼େଇ ମାସର ଛୁଆକୁ ଧରି ଥାନାରେ ଏମିତି ବସିଛନ୍ତି ଲକ୍ଷ୍ମୀପ୍ରିୟା

ଉଦଳା (କେନ୍ୟୁଜ) : ବାହାଘରକୁ ହୋଇଛି ମାତ୍ର ବର୍ଷେ। କୋଳରେ ଅଢ଼େଇ ମାସର ଛୁଆ। କିନ୍ତୁ ଯୌତୁକ ନିର୍ଯ୍ୟାତନାରେ ଯୁଜୁଛନ୍ତି ଜଣେ ନବବଧୂ। ଅଢେଇ ମାସର ଶିଶୁପୁତ୍ରକୁ ସାଙ୍ଗରେ ଧରି ଥାନାରେ ବସିଛନ୍ତି ମହିଳା । ଶ୍ୱଶୂର ଘରୁ ପାଇଥିବା ନିର୍ଯ୍ୟାତନାର ନ୍ୟାୟ ପାଇବାକୁ କାନ୍ଧରେ ପୁଅକୁ ଧରି ଥାନାରେ ପହଁଚିଛନ୍ତି ଏହି ମହିଳା।

ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ପରିସରରେ । ଶ୍ୱଶୁର ଘରୁ ନିର୍ଯ୍ୟାତିତ ହୋଇ ନ୍ଯାୟ ପାଇଁ କାଖରେ ଅଢେଇ ମାସର ଶିଶୁପୁତ୍ରକୁ ଧରି ଥାନାରେ ବସିଛନ୍ତି ମହିଳା । ସୂଚନା ମୁତାବକ ଖୁଂଟା ଥାନା ଅଧିନ ବଗବସା ଗ୍ରାମର ଆଶିଷ କୁମାର ସେଠୀ ଏବଂ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସେଠୀଙ୍କର ବିବାହକୁ ମାତ୍ର ବର୍ଷେ ହୋଇଛି। ଏହାରି ଭିତରେ ପୁଅଟିଏ ବି ହୋଇଛି। କିନ୍ତୁ ଶ୍ୱଶୁର ଘର ଲୋକଙ୍କର କମିଲାନି ନିର୍ଯ୍ୟାତନା।

ଲକ୍ଷ୍ମୀପ୍ରିୟାଙ୍କ ବାହାଘରକୁ ଏକ ବର୍ଷ ବିତିଥିବା ବେଳେ ସେହି ଗୋଟେ ବର୍ଷ ମଧ୍ଯରେ ବାରମ୍ବାର ଶ୍ୱଶୁର ଘର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ରାଜ୍ଯ ବାହାରେ ରହୁଥିବା ବେଳେ ତାଙ୍କ ଶ୍ୱଶୁର, ଶାଶୁ ତାଙ୍କୁ ମାଡ ମାରିବା ସହିତ ଗାଳି ଗୁଲଜ କରି ନିର୍ଯ୍ୟାତନା ଦେଉଥିଲେ। କିନ୍ତୁ ଗତକାଲି ନିର୍ଯ୍ୟାତନାର ସବୁ ସୀମା ଲଙ୍ଘିଲେ ଶାଶୂ ଘର ଲୋକେ। ଲକ୍ଷ୍ମୀପ୍ରିୟାଙ୍କୁ ଘର ଦୁଆରେ ରାତି ସାରା ବସାଇବା ସହିତ ତାଙ୍କ କୋଳରୁ ଅଢେଇ ମାସର ଶିଶୁକୁ ଛଡାଇ ନେଇ ତାଙ୍କୁ ଘରୁ ତଡି ଦେଲେ ଶାଶୂ ଘର ଲୋକେ। । ଯାହାଫଳରେ ଲକ୍ଷ୍ମୀପ୍ରିୟା ରାତି ତମାମ ବାରଣ୍ଡାରେ ବସି ରହିଥିଲେ ।

ତେବେ ଏହି ଖବର ଗ୍ରାମବାସୀ ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ତାଙ୍କ ବାପଘର ଲୋକଙ୍କୁ ଖବର ଦେଲେ । ବାପଘର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଂଚି ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ତେବେ ଆଜି ଶିଶୁପୁତ୍ରକୁ ସାଙ୍ଗରେ ଧରି ନ୍ଯାୟ ପାଇବା ପାଇଁ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମୀପ୍ରିୟା। କିନ୍ତୁ ତାଙ୍କ ସ୍ୱାମୀ ଏହି ଘଟଣାକୁ ଅସ୍ୱୀକାର କରିଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.