Below header

ପୁଅ ଜନ୍ମଦିନରେ ଅଭିନେତ୍ରୀ କରାଇଲେ ନ୍ୟୁଡ୍‌ ଫଟୋଶୁଟ, ୯୦ ଦିନ ପାଇଁ ଜେଲ୍‌ ପଠାଇ ଦେଲେ କୋର୍ଟ

ଆଫ୍ରିକୀୟ ଦେଶ ଘାନାର ଜଣେ ଅଭିନେତ୍ରୀଙ୍କୁ ନିଜ ପୁଅ ସହିତ ନ୍ୟୁଡ୍‌ ଫଟୋ କରେଇବା ଭାରି ପଡ଼ିଛି। କୋର୍ଟ ଏହି ମାମଲାରେ ଅଭିନେତ୍ରୀଙ୍କୁ ୩ ମାସର ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲେ ସେପଟେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଆଡ଼ୁ ବିରୋଧ କରାଯାଇଛି।

ଆମେରିକୀୟ ର‍୍ୟାପ୍‌ ଷ୍ଟାର୍‌ କାର୍ଡି ବିଙ୍କ ସମେତ କିଛି ସେଲିବ୍ରିଟି ଏହି ଦଣ୍ଡକୁ ବହୁତ କଠୋର ବୋଲି କହିଛନ୍ତି। ଟ୍ଵିଟରରେ ୧୮ ମିଲିୟନ ଫଲୋୟର୍ସ ଥିବା ର‍୍ୟାପ୍‌ ଷ୍ଟାର କାର୍ଡି କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏ ନେଇ ସେ ନିଜ ଟ୍ଵିଟ୍‌ରେ ଆପତ୍ତି ଉଠାଇଛନ୍ତି। ସେହିପରି ଅନ୍ୟ ୟୁଜରମାନେ ମଧ୍ୟ #FreeAkuapemPoloo ସହିତ ଅଭିନେତ୍ରୀଙ୍କୁ ମୁକ୍ତ କରିଦେବାକୁ ଅପିଲ କରିଛନ୍ତି।

ଅଭିନେତ୍ରୀଙ୍କ ନାଁ ରୋସ୍‌ମୋଣ୍ଡ ବ୍ରାଉନ, ଯାହାଙ୍କୁ ଅକୁପମ୍‌ ପୋଲୋ ନାଁରେ ବି ଜଣାଯାଇଥାଏ। ସେ ନିଜ ପୁଅର ଜନ୍ମଦିନ ଅବସରରେ ନ୍ୟୁଡ୍‌ ଫଟୋଶୁଟ କରେଇ ତାହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ରିପୋର୍ଟ ମୁତାବକ, ଅକୁପମ ଜଣେ ସିଙ୍ଗଲ ମଦର। ଗତବର୍ଷ ଜୁନ୍‌ରେ ନିଜ ପୁଅର ୭ମ ଜନ୍ମଦିନ ପାଳିଥିଲେ। ଏହିଦିନ ସେ ଏକ ନ୍ୟୁଡ୍‌ ଫଟୋ ଉଠାଇଥିଲେ, ଯେଉଁଥିରେ ସେ ପୁଅର ହାତ ଧରି ବସିଥିବାର ନଜର ଆସିଥିଲେ। ତେବେ ଫଟୋଟି ବିବାଦ ଘେରକୁ ଆସିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା।

କୋର୍ଟ କହିଥିଲେ, ଅଭିନେତ୍ରୀ ଜଣକ ଯାହା କରିଥିଲେ, ତାହା ଘରୋଇ ହିଂସା ଶ୍ରେଣୀରେ ଆସିଥାଏ, ଯେଉଁଠି କୌଣସି ବ୍ୟକ୍ତିର ଗୋପନୀୟତା ଓ ସମ୍ମାନକୁ କ୍ଷତି ପହଞ୍ଚା ଯାଇଥାଏ। ଏହି ବାବଦରେ ନ୍ୟାୟାଧୀଶ କ୍ରିଷ୍ଟିଆନା କ୍ୟାନ ଅକୁପମଙ୍କୁ ପ୍ରଶ୍ନ କରିଥିଲେ କି, ‘କ’ଣ ଆପଣ ନ୍ୟୁଡ୍‌ ଫଟୋ ପୋଷ୍ଟ କରିବା ପୂର୍ବରୁ ପୁଅଠାରୁ ଅନୁମତି ମାଗିଥିଲେ? ନିଜ ପିଲାର ଅଧିକାରକୁ କ’ଣ ଆପଣ ସମ୍ମାନ କରିଥିଲେ? ନ୍ୟାୟାଧୀଶ କହିଥିଲେ ଯେ ଅକୁପମ ନିଜ ପୁଅର ରାୟ ନ ନେଇ ନ୍ୟୁଡ୍‌ ଫଟୋ ପୋଷ୍ଟ କରିଥିଲେ, ଯାହାକି ଅପରାଧ।

ତେବେ କୋର୍ଟଙ୍କ କହିବା ହେଲା, ଅଭିନେତ୍ରୀ ସିଙ୍ଗଲ ମଦର ହୋଇଥିବାରୁ ସେ ଜେଲ୍‌ ଯିବାରେ ତାଙ୍କ ପୁଅକୁ ବହୁତ ଅସୁବିଧା ହୋଇପାରେ। କିନ୍ତୁ ଏଭଳି ମାମଲାରେ ଦଣ୍ଡ ଦେବା ବହୁତ ଜରୁରୀ, ଯେପରି ଅନ୍ୟମାନେ ବି ଏଥିରୁ ଶିକ୍ଷା ପାଇପାରିବେ। ସେପଟେ ଅଭିନେତ୍ରୀଙ୍କ ଓକିଲ ଏହି ନିଷ୍ପତ୍ତି ବିରୋଧରେ ଉପରିସ୍ଥ କୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.