Below header

ଗଞ୍ଜାମ: ଦେହରେ କିରୋସିନି ପଡ଼ି ନିଆଁ ଲାଗି ମହିଳା ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ଦେହରେ ନିଆଁ ଲାଗି ମହିଳା ଗୁରୁତର । ବୁଗୁଡ଼ା ଥାନା ଅନ୍ତର୍ଗତ ସୋଲଣ୍ଡି ଗାଁରେ ଶନିବାର ରାତିରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ହେଲେ ସେହି ଗାଁର ଲକ୍ଷ୍ମୀ ନାୟକ । ଦେହରେ କିରୋସିନି ପଡ଼ିଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା।  ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ମହିଳା ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବୁଗୁଡ଼ା ଥାନା ପୋଲିସ ପହଞ୍ଚିତ୍ତିର ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.