ସିଙ୍ଗିଙ୍ଗ ରିଆଲିଟି ସୋ’କୁ ଡେଲିସୋପର ଆଖ୍ୟା ଦେଇ ରାଗିଲେ ଦର୍ଶକ, ପୋଷ୍ଟ ହେଲା ଭାଇରାଲ

ସିଙ୍ଗିଙ୍ଗ ରିଆଲିଟି ସୋ’ ଇଣ୍ଡିଆନ ଆଇଡଲର ଏବେ ପ୍ରାୟ ଏପିସୋଡ ଚର୍ଚ୍ଚା ଘେରରେ ରହୁଛି । କେତେବେଳେ ପ୍ରତିଯୋଗୀ ବାହାର ହେବାକୁ ନେଇ ଦର୍ଶକ ରାଗି ଯାଉଥିବା ବେଳେ କେତେବେଳେ ମେକର୍ସଙ୍କ ସ୍କ୍ରିପ୍ଟ ପାଇଁ ଦର୍ଶକ ପ୍ରଶ୍ନ ଉଠାଉଛନ୍ତି । ଏବେ ପୁଣି ଥରେ ପ୍ରୋଗ୍ରାମକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଛି ।

ଶନିବାର ଫାଦର୍ସ ଡେ’ ସ୍ପେଶିଆଲ ଏପିସୋଡରେ ପ୍ରତିଯୋଗୀଙ୍କ ପିତା ଆସିଥିଲେ । ଏହାକୁ ନେଇ ଅନେକ ଦର୍ଶକ ନିଜର ରାଗ ଜାହିର କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ମେକର୍ସ ସୋ’ର ଟିଆରପି ପାଇଁ ଅରିଜିନାଲ ପ୍ଲଟକୁ ଭୁଲି ଏହି ସୋ’ କୁ ଏକ ଡେଲି ସୋପ କରି ସାରିଲେଣି ।

ସୋ’ରେ ସମସ୍ତଙ୍କ ପିତା ନିଜ ପର୍ସନାଲ ଲାଇଫ ଏକ୍ସପିରିଏନ୍ସ ସମ୍ପର୍କରେ କହୁଥିଲେ । ଏହାକୁ ନେଇ ଟ୍ରୋଲର୍ସ ଟ୍ରୋଲ କରିବାକୁ ଆରମ୍ଭ କଲେ । ଟିଆରପି ପାଇଁ ଏସବୁ କରାଯାଉଛି ବୋଲି ମଧ୍ୟ ଅଭିଯୋଗ କଲେ । ଏହାକୁ ଡ୍ରାମା କହି ସୋ ପାଇଁ ମେକର୍ସ କିଛି ବି କରିବା ପାଇଁ ପ୍ରସ୍ତୁତ ବୋଲି କହିଲେ । ଏହାକୁ ନେଇ ଅନେକ Memes ମଧ୍ୟ ପୋଷ୍ଟ ହେଲାଣି । ଦେଖନ୍ତୁ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.