ସମ୍ବଲପୁର: ଦନ୍ତାହାତୀର ଆକ୍ରମଣରେ ଜଣେ ମୃତ ଏବଂ ଦୁଇ ଗୁରୁତର

ରେଢାଖୋଲ(କେନ୍ୟୁଜ୍): ରେଢାଖୋଲ ବନଖଣ୍ଡ ଲୁହାପଙ୍କ ଗ୍ରାମରେ ଥିବା ଏକ ପତ୍ରଫଡି ଠାରେ ଦନ୍ତାହାତୀର ଆକ୍ରମଣରେ ଜଣେ ମ୍ରୁତ ଏବଂ ୨ ଗୁରୁତର। ୨ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିଲା। ସେମାନେ ପତ୍ରଫଡିରେ ପତ୍ର ବାନ୍ଧିବାକୁ ଆସିଥିଲେ ବୋଲି ଜଣାପଡିଛି।

ମୃତକଙ୍କ ନାମ ବିମ୍ବାଧର ନାଏକ, ୨ ଗୁରୁତରଙ୍କ ନାମ ବିନାୟକ ଦେହୁରୀ ଏବଂ ପବିତ୍ର ଦେହୁରୀ। ସମସ୍ତେ ଅନଗୁଳ ଜିଲ୍ଲାର କିଶୋରନଗର ଅଞ୍ଚଳର ବୋଲି ଜଣାପଡିଛି।  ଏନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। କିଛି ଦିନ ପୂର୍ବରୁ ମଧ୍ୟ ରେଢ଼ାଖୋଲ ଏବଂ ଅନୁଗୁଳ ସୀମାନ୍ତ ଅଂଚଳରେ ଏହି ଦନ୍ତା ଜଣକୁ ମାରିବାର ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.