ସୂର୍ଯ୍ୟ ନଗର କଣ୍ଟେନମେଣ୍ଟ ଜୋନ୍‌ : ଟ୍ରାଫିକ୍‌ ପୋଲିସ୍‌ ମହିଳା ଟିମ୍‌ର ଅତ୍ୟାବଶ୍ୟକ ଜିନିଷ ବଣ୍ଟନ, ମଲ୍‌ ପକ୍ଷରୁ ଦିଆଯାଉଛି ଅଫର୍‌

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହିଛି ଏହି ଅଞ୍ଚଳ। ଘରୁ କେହି ବି ବାହାରକୁ ଆସି ପାରୁ ନାହାନ୍ତି। ଅଞ୍ଚଳର ସମସ୍ତ ଏଣ୍ଟ୍ରି ଗେଟ୍‌ରେ ପୋଲିସ ପହରା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏଠିକାର ମହିଳାମାନଙ୍କୁ ସାନିଟାରୀ ନାପକିନ୍‌ ଓ ସାନିଟାଇଜର ବଣ୍ଟନ କରିଛି କମିଶନରେଟ ପୋଲିସର ମହିଳା ଟ୍ରାଫିକ୍‌ ଟିମ୍‌  । ଏହାର ନେତୃତ୍ୱ ନେଇଥିଲେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ । ସ୍ଥାନୀୟ ଅଞ୍ଚଳରେ ଥିବା ମହିଳାମାନେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ ।

ସେହିପରି ଏହି ଅଞ୍ଚଳ ଗୁଡିକ ସିଲ ଥିବାରୁ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚବ ସେନେଇ ବିଭିନ୍ନ ସପିଂ ମଲକୁ ଦାୟିତ୍ୱ ଦିଆଯାଇଛି। ବିଗ୍‌ ବଜାର, ରିଲାଏନ୍ସ ଭଳି ସଂସ୍ଥା ଏହି ଅଞ୍ଚଳରେ ହୋମ ଡେଲିଭରି କରୁଛନ୍ତିା କେବଳ ସେତିକି ନୁହେଁ, ଅଫର ବି ମିଳୁଛିା ତେବେ ସବୁ କିଛି କରାଯାଉଛି ସାମଜିକ ଦୂରତାକୁ ଗୁରୁତ୍ୱ ଦେଇ ।

Leave A Reply

Your email address will not be published.