ଶରୀର ଇମ୍ୟୁନିଟି ବଢ଼ାଇବା ପାଇଁ ମୋଦି ଦେଲେ ମନ୍ତ୍ର, ଏମିତି କଲେ ବଢ଼ିପାରିବ ଆପଣଙ୍କ ଇମ୍ୟୁନିଟି

କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ପାଇଁ କୈାଣସି ଔଷଧ ଏଯାଏ ବାହାରି ନାହିଁ । ଏକମାତ୍ର ବିକଳ୍ପ ହେଉଛି ଲକ୍‌ଡାଉନ୍‌ ବା ସାମାଜିକ ଦୁରତ୍ୱ ରଖିବା । ଏହାଛଡା ଶରୀରର ଇମ୍ୟୁନିଟି ପାଓ୍ଵାର(ପ୍ରତିରୋଧକ ଶକ୍ତି) ବଢ଼ାଇବା ଦ୍ୱାରା ଶରୀର ଏହି ଭାଇରସ୍‌ ସହ ଲଢ଼ି ଆମକୁ ସୁରକ୍ଷା ଦେଇପାରିବ ।

pm modi

ଆଜି ଦ୍ୱିତୀୟ ଥର ଲକ୍‌ଡାଉନ୍‌ ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କରୋନା ସହ ଲଢ଼ିବାର ୭ଟି ମନ୍ତ୍ର ଦେଇଛନ୍ତି । ଏହି ୭ ମନ୍ତ୍ର ମଧ୍ୟରୁ ଶରୀରର ଇମ୍ୟୁନିଟି ବଢ଼ାଇବା ଏକ ମନ୍ତ୍ର । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଇମ୍ୟୁନିଟି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ । ଆସ୍‌ନ୍ତୁ ଜାଣିବା କେମିତି ବଢ଼ାଇବେ ଆପଣଙ୍କର ଇମ୍ୟୁନିଟି ।

ପ୍ରଥମେ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାସ ଖାଆନ୍ତୁ । ଯଦି ଆପଣ ଡାଇବେଟିସ୍‌ ରୋଗୀ ହୋଇଥିବେ ତେବେ ବିନା ସୁଗାରର ଚ୍ୟବନପ୍ରାସ ନେଇପାରିବେ । ଦ୍ୱିତୀୟରେ ୧୫୦ ମିଲି ଲିଟର ଗରମ ଦୁଧରେ ଅଧା ଚାମଚ ହଳଦୀ ଗୁଣ୍ଡ ପିଇପାରିବେ ।

ayush -3

ତୃତୀୟରେ ତୁଳସୀ, ଡାଲଚିନି,କଳା ମରିଚ,ଅଦା ଓ ମୁନ୍‌କାରେ ତିଆରି ଚା’ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ । ଏହାଛଡା ସର୍ବଦା ଉଷୁମ ପାଣି ସର୍ବଦା ପିଅନ୍ତୁ ।

ଖାଦ୍ୟରେ ଇମ୍ୟୁନିଟି ଶକ୍ତି ଥିବା ଖାଦ୍ୟ ଯଥା ଭିଟାମିନ୍‌ ସି,ହଳଦୀ, ଅଦା,ରସୁଣ ଓ ପାଳକ ଭଳି ଖାଦ୍ୟ ନିୟମିତ ଖାଆନ୍ତୁ ବୋଲି ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.