ଭଦ୍ରକ: ଅସହ୍ୟ ହେଲା ମଦୁଆଙ୍କ ଉତ୍ପାତ, ଅତିଷ୍ଠ ହୋଇ ରାଗିଲେ ମହିଳା ଓ ଭାଙ୍ଗିଲେ ମଦ ଦୋକାନୀଙ୍କ ଘର

ଭଦ୍ରକ(କେନ୍ୟୁଜ୍):   ମଦୁଆଙ୍କ ଉତ୍ପାତରେ ଅତିଷ୍ଠ ହୋଇ ରାଗିଲେ ମହିଳା। ଭାଂଗିଲେ ମଦ ଦୋକାନୀଙ୍କ ଘର, ନଷ୍ଟ କଲେ ମଦ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ନର୍ସିଂପୁର ଗାଁରେ। ଗତକାଲି ରାତିରେ କିଛି ଯୁବକ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ମହିଳାମାନେ ମଦ ବିକ୍ରି କରୁଥିବା ଲୋକ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ପରେ ଘରେ ପଶି ମଦ ମଦ ବୋତଲ ବାଡେଇ ଭାଙ୍ଗି ଦେଇଥିଲେ। ଗତ କିଛି ବର୍ଷ ହେବ ଏହି ଗାଁରେ ଚୋରା ମଦ କାରବାର ଚାଲୁଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛଛନ୍ତି ଗ୍ରାମବାସୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.