ଘଟଗାଁ : ମହିଳାଙ୍କ ମୃତଦେହ ଉଦ୍ଧାର, ପୋଖରୀରେ ଭାସୁଥିଲା ମଲ୍ଲିଙ୍କ ଶବ

ଘଟଗାଁ (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁ ପୋଖରୀରୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ସଅଁରାପଶି ଗାଁ ମଲ୍ଲି ମୁଣ୍ଡା । ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ପାଟଣା ଥାନା ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା ଝିଞ୍ଜିରିନାଳି ଗାଁକୁ ଏକ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିଲେ । ଆଜି ସକାଳୁ ଲୋକେ ତାଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.