ଏ ହେଉଛି ‘ଭାରତର ଶେଷ ଚା’ ଦୋକାନ’, ଯାହା ସାମ୍ନାରେ ଛିଡ଼ାହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ

ଉତ୍ତରାଖଣ୍ଡର ଚମୋଲି ଜିଲାର ଏକ ଛୋଟିଆ ଗାଁ ‘ମାଣା’। ଏହା ଭାରତ ଏବଂ ଚୀନ ସୀମାଠାରୁ ପାଖାପାଖି ୨୪ କିଲୋମିଟର ଦୂରରେ ଅବସ୍ଥିତ, ଯାହାକୁ ଦେଶର ଶେଷ ଗାଁ ବୋଲି କୁହାଯାଉଛି। ତେବେ ଏଠାରେ ଥିବା ଏକ ଛୋଟ ଚା’ ଦୋକାନ ବେଶ୍‌ ପ୍ରସିଦ୍ଧ। ଏହା ‘ଭାରତର ଶେଷ ଚା’ ଦୋକାନ’ ନାଁରେ ଜଣାଶୁଣା। ପଯ୍ୟର୍ଟକମାନେ ଏହି ଦୋକାନରୁ ଚା’ର ସ୍ୱାଦ ନେବାକୁ ଏବଂ ଏଠାରେ ଛିଡ଼ା ହୋଇ ଫଟୋ ଉଠାଇବାକୁ ବେଶ୍‌ ପସନ୍ଦ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଏହି ସବୁ ଦେଶରେ କେମିତି ହୋଇଥାଏ ‘ପ୍ରଥମ ଦେଖା’, ଆପଣ ବି ଜାଣି ରଖନ୍ତୁ

tea3

ଏମିତି କେହି ବି ପଯ୍ୟର୍ଟକ ନାହାନ୍ତି, ଯିଏ ବଦ୍ରୀନାଥ ଧାମଠାରୁ ୩ କିଲୋମିଟର ଦୂର ଏହି ଚା’ ଦୋକାନ ସାମ୍ନାରେ ଛିଡ଼ା ହୋଇ ଫଟୋ ଉଠାଇନାହାନ୍ତି। ଦୋକାନ ସାମ୍ନାରେ ଲଗାଯାଇଥିବା ବୋର୍ଡରେ ଇଂଲିଶ, ହିନ୍ଦୀ ସମେତ ୧୦ଟି ଭାରତୀୟ ଭାଷାରେ ଲେଖାଯାଇଛି ‘ଭାରତର ଶେଷ ଚା’ ଦୋକାନକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ’।

ଏହାସହ ପଢ଼ନ୍ତୁ: ଏଠାରେ ମାଗଣାରେ ମିଳୁଛି ଘର ଆଉ କ୍ୟାଶ୍‌ ବୋନସ୍‌, ବାସ୍‌ ସର୍ତ୍ତ ଗୋଟିଏ, ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ!

ଏହି ଚା’ ଦୋକାନ ବେଦବ୍ୟାସ ଗୁମ୍ଫା ପାଖରେ ରହିଛି। ଶୁଣିବାକୁ ମିଳେ, ଏହି ଗୁମ୍ଫାରେ ବେଦବ୍ୟାସ ଦୁନିଆର ସବୁଠାରୁ ବଡ଼ ମହାକାବ୍ୟ ‘ମହାଭାରତ’ ରଚନା କରିଥିଲେ।

tea22

ଏହାସହ ପଢ଼ନ୍ତୁ: ମେଶିନ କହିବା ଆଗରୁ ଏହି ମହିଳା ପ୍ରଥମେ ଜାଣିପାରନ୍ତି ଦୁନିଆର କେଉଁ ସ୍ଥାନରେ ହେଲା ‘ଭୂମିକମ୍ପ’

ମିଡିଆ ରିପୋର୍ଟ ଅନୁସାରେ, ପଯ୍ୟର୍ଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଚା’ ଦୋକାନ ଚନ୍ଦ୍ରସିଂହ ବଡ଼ଓ୍ଵାଲଙ୍କର। ୨୫ରୁ ଊର୍ଦ୍ଧ୍ୱ ବର୍ଷ ହେବ ସେ ଏହି ଦୋକାନକୁ ଚଲାଇ ଆସୁଛନ୍ତି। ଚନ୍ଦ୍ରସିଂହ ନିଜ ପଢ଼ା ଖର୍ଚ୍ଚ ପାଇଁ ଚା’ ଦୋକାନ ଖୋଲିଥିଲେ। ସମୁଦ୍ର ପତ୍ତନଠାରୁ ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ‘ମାଣା’ ଗାଁ ବର୍ଷର କିଛି ମାସ ବରଫରେ ଢାଙ୍କି ହୋଇରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.