ଶନିବାର ଦିନ ଅଟା ସହିତ ମିଶାଇ ଦିଅନ୍ତୁ ଏହି ଜିନିଷ, ଆଉ ରହିବନି ଧନର ଅଭାବ

ଘରର ମୁଖିଆ ଯେତେ ପଇସା ରୋଜଗାର କଲେ ମଧ୍ୟ ପଇସା ନିଅଣ୍ଟ ହେଉଛି କି ? ଏହା ଯୋଗୁଁ ଘରର ଆର୍ଥିକ ସ୍ଥିତି ମଧ୍ୟ ସୁଧୁରି ପାରେ ନାହିଁ।? ଏମିତି ଅନେକ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଏପରି ଉପାୟ ବତାଇବୁ ଯାହା ଆପଣ ଘରର ଆର୍ଥିକ ସ୍ଥିତିକୁ ସୁଧାରିବାରେ ସହାୟକ ହେବ। ଆପଣଙ୍କ ଅଭିଯୋଗ ସବୁଦିନ ପାଇଁ ଦୂର ହୋଇଯିବ। ଏହି ଉପାୟ କରିବାକୁ ଯେତିକି ସହଜ, ଏହାର ପ୍ରଭାବ ସେତିକି ଅଧିକ ଜଲଦି ମିଳିଥାଏ। ଏହା କେବଳ ଆର୍ଥିକ ସ୍ଥିତି ନୁହେଁ ଘରର ପାରିବାରିକ କଳହ ମଧ୍ୟ ଦୂର କରିଥାଏ। ଆସନ୍ତୁ ଜାଣିନେବା କ’ଣ ଏହି ଉପାୟ।

– ଯଦି ଆପଣ ଶନିବାର ଦିନ ଗହମ ପେଷିବାକୁ ଯାଉଛନ୍ତି ତେବେ ଆପଣ ଗହମରେ ୧୦୦ ଗ୍ରାମ କଳା ଚଣା, ୧୧ଟି ତୁଳସୀ ପତ୍ର ଏବଂ କେଶର ମିଶାଇ ଦିଅନ୍ତୁ। ଏହାକୁ ବାକି ଗହମରେ ମିଶାଇ ପେଷି ଦିଅନ୍ତୁ। ଶନିବାର ଦିନ ଏପରି କରିବା ଦ୍ୱାରା ବହୁତ ଜଲଦି ଫଳ ମିଳିବ।

atta

– ଏହାଛଡା ଏହି ଅଟାରେ ଶନିବାର ଦିନ କଳା କୁକୁରକୁ ସୋରିଷ ତେଲରେ ରୁଟି ତିଆରି କରି ଖାଇବାକୁ ଦିଅନ୍ତୁ ଧନ ବୃଦ୍ଧି ହେବ।

ଏହାସହ ପଢ଼ନ୍ତୁ ; ଶୀତଦିନରେ କେଶ ସମସ୍ୟାରୁ ମୁକ୍ତି ଦେବ ଏହି ତେଲ, ଜାଣନ୍ତୁ କିପରି ଘରେ କରିବେ ପ୍ରସ୍ତୁତ

– ସେହିପରି ପ୍ରତିଦିନ ତୁଳସୀ ଗଛରେ ସକାଳ ଏବଂ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ୱାରା ମନୋକାମନା ତ ପୂର୍ଣ୍ଣ ହୋଇଥାଏ। ଏହାଛଡା ଶନିବାର ଦିନ ଅଶତ୍ଥ ଗଛରେ ଦେଶୀ ଘିଅର ଦୀପ ଜଳାଇବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.