କଟକ: ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ବିଭୁ ପ୍ରସାଦ ରାଉତ ରାୟ

କଟକ(କେନ୍ୟୁଜ୍): ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ବିଭୁ ପ୍ରସାଦ ରାଉତ ରାୟ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଜାଭେରି ତାଙ୍କୁ ଶପଥ ପାଠ କରାଇଛନ୍ତି । ୧୯୭୦ ଫେବ୍ରୁଆରି ୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ରାଉତରାୟ ୨୦୦୮ ଡିସେମ୍ବରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଇତି ମଧ୍ୟରେ ଜଷ୍ଟିସ୍‌ ରାଉତରାୟ ରାଜ୍ୟ ସରକାରଙ୍କ ଆଇନ ବିଭିଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଜଷ୍ଟିସ୍‌ ରାଉତରାୟ ନିଯୁକ୍ତି ପାଇବା ପରେ ଆଜି ହାଇକୋର୍ଟ ପରିସରରେ ଶପଥ ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.