କର୍ତ୍ତବ୍ଯନିଷ୍ଠ ପୋଲିସ ଅଧିକାରୀଙ୍କୁ ସଲାମ୍, ଏସଆଇଙ୍କ ବଦଳି ବାତିଲ୍ ପାଇଁ ଦାବି କଲେ ମହିଳା ଗୋଷ୍ଠୀ

ବାଣପୁର (କେନ୍ଯୁଜ୍): ବିଭିନ୍ନ ସମୟରେ ଖାକି ଉପରେ ସାଧାରଣ ଲୋକ ଆସ୍ଥା ହରେଇଥିବାର ବହୁ ନଜିର ରହିଛି । କେଉଁଠି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ତ କେତେବେଳେ ନିଶା କାରବାର ଓ କଳା ବଜାରୀ କରୁଥିବା ମାଫିଆମାନଙ୍କୁ ସୁରକ୍ଷା ଦେଉଥିବା ଘଟଣା। ପୁଣି କେବେ ଅସହାୟ ଗରିବଙ୍କ ଠାରୁ ଲାଞ୍ଚ ନେବା । କିନ୍ତୁ ଏମିତି କିଛି ପୋଲିସ ଅଫିସର ଅଛନ୍ତି ଯେଉଁମାନଙ୍କ ପାଇଁ ସାଧାରଣ ଲୋକମାନେ ଅଚିନ୍ତାରେ ଓ ନିର୍ଭୟରେ ଜୀବନ ଯାପନ କରୁଛନ୍ତି । ସେଭଳି ଜଣେ ସଚ୍ଚୋଟ ପୋଲିସ ଅଫିସର୍‌ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ସବ୍‌ ଇନ୍ସିପେକ୍ଟର ଦିଗବିଜୟ ବିଶ୍ୱାଳ। ବର୍ତ୍ତମାନ ତାଙ୍କର ବଦଳି ପାଇଁ ନିର୍ଦେଶ ଆସିଛି ।

ତେବେ ବଦଳି ବାତିଲ ଦାବିରେ ବାଣପୁର ବ୍ଲକର ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକା ଓ ସଭ୍ୟମାନେ ବାଣପୁର ଥାନା ପରିସରରେ ଧାରଣା ଦେଇଛନ୍ତି । ଏହା ସହ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଣପୁର ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

mahila gosthiଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ନ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି। ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ଓ ସବ୍ ଇନ୍ସପେକ୍ଟର ଦିଗବିଜୟ ବିଶ୍ବାଳଙ୍କ କାର୍ଯ୍ୟକୁ ସେହି ଅଞ୍ଚଳରେ ସମେସ୍ତ ପ୍ରଶଂସା କରୁଥିବା ବେଳେ ସବ୍ଇନ୍ସେପକ୍ଟରଙ୍କ ବଦଳି ବାତିଲ୍ କରିବାକୁ ଦାବି ଜଣାଇଛନ୍ତି ମହିଳା ଗୋଷ୍ଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.