ମୋହନା: ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବୁଲିଲେ ରାୟଗଡ ବ୍ଲକର ନିର୍ବାହୀ ଯନ୍ତ୍ରୀ

ମୋହନା(କେନ୍ୟୁଜ୍): ସର୍ବସାଧାରଣ ସ୍ଥାନରେ ଖୋଲମଖୋଲା କୋଭିଡ-୧୯ ନିୟମ ଉଲଂଘନ କଲେ ସରକାରୀ କର୍ମଚାରୀ। ଆର.ଉଦୟଗିରି ଅଞ୍ଚଳରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ରାୟଗଡ ବ୍ଲକର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ସାହୁ ଓ  କନିଷ୍ଠ ଯନ୍ତ୍ରୀ ସୟଦ ଜାଭେଦ ଅଲ୍ଲୀ ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି।

ଜନସାଧାରଣ ଯଦି ନିୟମ ଭାଙ୍ଗନ୍ତି ତେବେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି କିନ୍ତୁ  ସରକାରୀ କର୍ମଚାରୀ ଯଦି  ଏଭଳି ନିୟମ ଭାଙ୍ଗନ୍ତି ତେବେ ସେମାନଙ୍କ ପାଇଁ କାହିଁକି ଫାଇନ ଲଗାଯିବ ନାହିଁ ବୋଲି କିଛି ବୁଦ୍ଧିଜୀବୀ  ପ୍ରଶ୍ନ କରିଛନ୍ତି। ତେବେ ଏସମ୍ପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏସମ୍ପର୍କରେ କିଛି ବି ପ୍ରତିକ୍ରିୟା ନଦେଇ ଏଡାଇ ଯାଇଛନ୍ତି ଯନ୍ତ୍ରୀ ଦିଲ୍ଲୀପ ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.