ମଦ ପଡ଼ିଲା ମହଙ୍ଗା : ଚୋରା ମଦ ବ୍ୟବସାୟୀକୁ ଗଛରେ ବାନ୍ଧିଲେ ମହିଳା

ଭଦ୍ରକ (କେନ୍ୟୁଜ୍) : ଚୋରା ମଦ ବ୍ୟବସାୟୀକୁ ଗଛରେ ବାନ୍ଧିଲେ ମହିଳା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚଡଦିଆ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଚଉଦିଆ ଜୋରରେ ସୁଶାନ୍ତ ପରିଡ଼ା ନାମକ ବ୍ୟକ୍ତି ଦୀର୍ଘ ଦିନ ହେଲା ନିଜର ଶଳା ଓ ସ୍ତ୍ରୀ ସାହାଯ୍ୟରେ ଚୋରା ମଦ କାରବାର କରି ଆସୁଛନ୍ତି । ଗତକାଲି ସ୍ଥାନୀୟ ଅଞ୍ଚଳରୁ ଚୋରା ମଦ କାରବାର ବନ୍ଦ କରିବାକୁ ଆନ୍ଦୋଳନ କରିଥିଲେ ।

women beat

ଚୋରା ମଦ ବେପାରୀ କିଛି ନଶୁଣିବାରୁ ମହିଳାମାନେ ଏକଜୁଟ୍ ହୋଇଥିଲେ । ସୁଶାନ୍ତ ପରିଡାର ସ୍ତ୍ରୀ ଓ ଶଳାକୁ ଗଛରେ ବାନ୍ଧିଥିଲେ । ତା ସହ ଦୁଇ ପେଟି ମଦ ମଧ୍ୟ ଜବତ କରିଛନ୍ତି ମହିଳା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

 

Leave A Reply

Your email address will not be published.