ଦ୍ୱିତୀୟ ଦିନରେ ରାଜୀବ କୁମାରଙ୍କୁ ହେବ ସିବିଆଇ ଜେରା

କୋଲକାତା : ଆଜି ବି କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ସିଲଂରେ ପଚରାଉଚୁରା କରିବ ସିବିଆଇ । ବହୁ କୋଟି ଟଙ୍କାର ସାରଦା ଚିଟଫଣ୍ଡ ମାମଲାରେ ରାଜୀବ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିବା ନେଇ ସିବିଆଇ ଜେରା କରିଛି । ଗତକାଲି ପାଖାପାଖି ୮ ଘଣ୍ଟାର ମାରାଥନ ଜେରା କରିଥିଲା ସିବିଆଇ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜୀବ ଗତକାଲି କଡ଼ାସୁରକ୍ଷା ମଧ୍ୟରେ ସିଂଲର ଓକଲାଣ୍ଡ ଠାରେ ଥିବା ସିବିଆଇ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସାଥିରେ ପରାମର୍ଶଦାତା ବିଶ୍ୱଜିତ ଦେବ ଓ ୨ ବରିଷ୍ଠ ଆଇପିଏସ ଅଧିକାରୀ ଜାଭେଦ ସାମିମ ଓ ମୁରଲୀଧର ଶର୍ମା ମଧ୍ୟ ଥିଲେ । ତେବେ ଜେରା ଆରମ୍ଭର ଅଧ ଘଣ୍ଟାଏ ପୂର୍ବରୁ ସେମାନଙ୍କୁ ସିବିଆଇ କାର‌୍ୟ୍ୟାଳୟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଦିଲ୍ଲୀରୁ ଆସିଥିବା ତିନି ସିବିଆଇ ଅଧିକାରୀ କଡ଼ା ସୁରକ୍ଷା ମଧ୍ୟରେ ରାଜୀବଙ୍କ ଜେରା ଚଳାଇଛନ୍ତି । ଏହି ମାମଲାରେ ଟିଏମ୍ସି ନେତା କୁନାଲ ଘୋଷଙ୍କୁ ମଧ୍ୟ ଆଜି ସିଲଂରେ ପରଚାଉଚୁରା କରିବ ସିବିଆଇ । ଏଥିପାଇଁ କୋନାଲ ଘୋଷ ସିବିଆଇ କାର‌୍ୟ୍ୟାଳୟରେ ପହଞ୍ଚିଛନ୍ତି । ତଦନ୍ତରେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି କୁନାଲ ଘୋଷ । ସେପଟେ ଜେରା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ରବିବାର ଦିନ ରାଜୀବଙ୍କୁ ପଚରାଉଚୁରା କରିବାକୁ ସିବିଆଇ ତାଙ୍କ କୋଲକାତା ବାସବଭନରେ ପହଞ୍ଚିଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

rajiv

କୋଲକାତା ପୋଲିସ ଓ ସିବିଆଇ ଅଧିକାରୀ ମୁହାମୁୁହିଁ ହୋଇଥିଲେ । ଏହା ପରେ ସିବିଆଇ ଅଧିକାରୀଙ୍କୁ ଅଟକ ରଖିଥିଲା ପୋଲିସ । ଏହାକୁ ନେଇ କେନ୍ଦ୍ର, ସୁପ୍ରିମକୋର୍ଟ ଯିବା ପରେ ଏକ ନିରପେକ୍ଷ ସ୍ଥାନରେ ପଚରାଉଚୁରା ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେହିଭଳି ରାଜୀବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ କୋର୍ଟ ।

Leave A Reply

Your email address will not be published.