ଗାଁ ମଝିରେ ମଦ ଭାଟି ଖୋଲି ମଦ ବିକ୍ରି କରାଯାଉଥିବାରୁ ତାତିଲେ ମହିଳା, ମଦଭାଟିକୁ ଘେରିଲେ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୋଏଲପିଟା ଗାଁରେ ଖୁଣ୍ଟସମଲାଇ ମଦଭାଟି ଦ୍ୱାରା ମଦ ଦୋକାନ ଖୋଲି ମଦ ବିକ୍ରି କରାଯାଉଥିଲା। ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇବା ସହ ମଦଭାଟିକୁ ବିରୋଧ କରି ଆସୁଥିଲେ ମହିଳା।ଆଜି ତିନିଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ମଦଭାଟି ଘେରି ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ।

ପାଟଣାଗଡ଼(କେନ୍ୟୁଜ୍):  ମଦଭାଟିକୁ ଘେରିଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା। ଗାଁ ମଝିରେ ମଦ ଭାଟି ଖୋଲି ମଦ ବିକ୍ରି କରାଯାଉଥିବାରୁ ତାତିଲେ ମହିଳା। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୋଏଲପିଟା ଗାଁରେ ଖୁଣ୍ଟସମଲାଇ ମଦଭାଟି ଦ୍ୱାରା ମଦ ଦୋକାନ ଖୋଲି ମଦ ବିକ୍ରି କରାଯାଉଥିଲା। ଏହାକୁ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇବା ସହ ମଦଭାଟିକୁ ବିରୋଧ କରି ଆସୁଥିଲେ ମହିଳା।

ଆଜି ତିନିଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ମଦଭାଟି ଘେରି ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ଗାଁରୁ କୌଣସି ଅନୁମତି ନନେଇ ମଦଭାଟି ଖୋଲିବା ଦ୍ୱାରା ଛୋଟଛୋଟ ପିଲା ଏଥିରେ ପ୍ରଭାବିତ ହେଉଥିବା ସହ ମଦୁଆଙ୍କ ପ୍ରାଦୁର୍ଭାବ ବଢୁଥିବା କହିଛନ୍ତି ଗ୍ରାମବାସୀ। ମଦପିଇ ଗାଁରେ ଗଣ୍ଡଗୋଳ ବଢୁଥିବା ଅଭିଯୋଗ କରିଛନ୍ତି। ସେପଟେ ମଦଭାଟି ମ୍ୟାନେଜର ମଦ ଦୋକାନ ବନ୍ଦ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଓ ଗ୍ରାମବାସୀ।.

Leave A Reply

Your email address will not be published.